କଟକ (ଦୀପ୍ତି ରଂଜନ ସାମଲ): କଟକ ଜିଲ୍ଲାରେ ପୁଣି ଅଘଟଣ ଘଟିଛି। କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟିଛି। ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ବସ୍ତିରେ ରହୁଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ଉପସ୍ଥିତ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
କମିସନରେଟ୍ ପୁଲିସ କହିଛି, ଆଜି ଅପରାହ୍ଣ ୪ଟା ୪୫ରେ ମଣିସାହୁ ଛକ ନିକଟରେ ଥିବା ଏକ ଆପାଟ୍ମେଣ୍ଟର ଅଂଶବିଶେଷ ଭୁଶୁଡ଼ିଥିଲା। ଭୁଶୁଡ଼ିଥିବା ଛାତର ଅଂଶବିଶେଷ ନିକଟରେ ଥିବା ବସ୍ତିର ଘର ଉପରେ ପଡ଼ିଥିଲା। ଫଳରେ ଯେଉଁ ଛୋଟ ଘରେ ଅବଶେଷ ପଡ଼ିଥିଲା, ସେଠାରେ ଏକ ପରିବାର ରହୁଥିଲେ। ଦୁର୍ଘଟଣା ସଂପର୍କିତ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଥିଲେ। ସ୍ବାମୀ,ସ୍ତ୍ରୀ, ଜଣେ ମହିଳା ଓ ଦୁଇ ଛୋଟ ପିଲାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା। ସେଠାରେ ବାପା, ମା’ ଓ ଜଣେ ୫ ବର୍ଷର ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
#କଟକରେ_କୋଠା_ଭୁଶୁଡ଼ି_୩ଜଣଙ୍କ_ମୃତ୍ୟୁ
— Sambad (ସମ୍ବାଦ) (@sambad_odisha) November 8, 2025
-କଟକରେ ପୁରୁଣା କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ
-ବକ୍ସିବଜାର ଅଞ୍ଚଳରେ ଅଘଟଣ
-ମଣିସାହୁ ଛକ ନିକଟ ହାଡ଼ିବନ୍ଧୁ ସ୍କୁଲ ନିକଟରେ ଭୁଶୁଡ଼ିଲା ପୁରୁଣା କୋଠା
-ବସ୍ତି ନିକଟରେ ଥିବା ୩ଜଣଙ୍କର ମୃତ୍ୟୁ
-ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୁଲିସ ଉପସ୍ଥିତ
-ଉଦ୍ଧାର କାର୍ଯ୍ୟ ଜାରି#Sambad#Cuttack… pic.twitter.com/dMYsmnramz
ଶୋକାକୁଳ ପରିବେଶ
କଟକ ସହରରେ ଐତିହାସିକ ବାଲିଯାତ୍ରା ଗତ ୫ ତାରିଖ ଠାରୁ ଆରମ୍ଭ ହୋଇ ଏହା ଏବେ ଜାରି ରହିଛି। ମହାନଦୀ କୂଳରେ ଆୟୋଜିତ ଏହି ଯାତ୍ରାରେ ଲକ୍ଷାଧିକ ଲୋକ ଉତ୍ସାହର ସହିତ ଅଂଶଗ୍ରହଣ କରୁଛନ୍ତି। ଅନ୍ୟପଟରେ ସହରରେ ଆଜି ସନ୍ଧ୍ୟାରେ ଘଟିଥିବା ଅପ୍ରୀତିକର ଘଟଣା ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିଶମ ବାହିନୀ ଏବଂ ପୁଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଆହୁରି ପଢ଼ନ୍ତୁ: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’
ଶୌଚାଳୟରେ ପଡ଼ି ୩ ପିଲାଙ୍କ ମୃତ୍ୟୁ
କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡ଼ିପଡ଼ା ଗାଁରେ ଗତ ୩ ତାରିଖ (ସୋମବାର) ଅପରାହ୍ନରେ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା। ସେପ୍ଟିକ୍ ଟାଙ୍କିରେ ପଡ଼ି ତିନି ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ମୃତ ଶିଶୁମାନେ ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ ବାରେନା ଏବଂ ଇଚ୍ଛାପୁର ଗାଁର ସୁଭମ ନାୟକ (୩), ଶିବାନୀ ନାୟକ (୭) ଏବଂ ଅଙ୍କିତ ନାୟକ (୯) ବୋଲି ଚିହ୍ନଟ କରାଯାଇଥିଲା। ପରିବାର ସଦସ୍ୟଙ୍କ ସହ ତିନି ଜଣ ପିଲା ରାଗଡ଼ିପଡ଼ା ଗାଁରେ ଥିବା ସେମାନଙ୍କ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ। ସେମାନେ ଖେଳୁଥିବା ସମୟରେ ଦୁର୍ଘଟଣାବଶତଃ ଏକ ସେପ୍ଟିକ୍ ଟାଙ୍କିରେ ପଡ଼ିଯାଇଥିଲେ।
ଆହୁରି ପଢ଼ନ୍ତୁ: Winter Magic in Kandhamal: ଶୀତ ସାଜିଛି ମିତ... କନ୍ଧମାଳ କାନ୍ଧରେ ବସି କେବେ ଗୀତ ଗାଉଛି, ପୁଣି କେବେ ଲୁଚି ଯାଉଛି ଚଳିତ ବର୍ଷର ପହିଲି ଶୀତ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/08/cuttack-2025-11-08-18-55-33.jpg)