ନୂଆପଡ଼ା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ନୂଆପଡ଼ାରେ ରୋଡ୍ ସୋ’ କରିଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ସେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଏହି ରୋଡ୍ ସୋ’ ମାଧ୍ୟମରେ ମତଦାତାଙ୍କୁ ଭୋଟ୍ ମାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ୍ ସୋ’ ନୂଆପଡ଼ା ସହରରୁ ବାହାରିଛି, ଯାହା ଖରିଆର ରୋଡ୍ରେ ପହଞ୍ଚିବ। ପ୍ରାୟ ୧୦ କିଲୋମିଟରର ଏହି ରୋଡ୍ ସୋ’ରେ କଳାହାଣ୍ଡିର ସାଂସଦ ମାଳବିକା ଦେବୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଜେପି ସଭାପତି ମନମୋହନ ସାମଲଙ୍କ ସହିତ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଛନ୍ତି।
ଆଦିବାସୀ ଅବହେଳିତ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୂଆପଡ଼ାରେ ପୁଣି ଥରେ ନିର୍ବାଚନ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ଆଜି ପୂର୍ବାହ୍ଣରେ ଗୋଟମା ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ। ତାଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ପ୍ରଖ୍ୟାତ ଅଭିନେତା ତଥା ବିଧାୟକ ଆକାଶ ଦାସନାୟକ ମଧ୍ୟ ଆସିଛନ୍ତି। ଆଜି ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ମାଓପ୍ରବଣ ତଥା ଉପାନ୍ତ ଅବହେଳିତ ଅଞ୍ଚଳ ଭାବେ ପରିଚିତ ସୁନାବେଡ଼ାରେ ପାଦ ଦେଇଥିଲେ। ଏଠାରେ ଥିବା ପ୍ରତ୍ୟକ୍ଷ ଦେବୀ ମା ସୁନାଦେଈଙ୍କ ଦର୍ଶନ କରିଥିଲେ। ଆଦିବାସୀମାନଙ୍କୁ ଅବହେଳା କରାଯାଇଛି ବୋଲି କହିଥିଲେ।
ଆହୁରି ପଢ଼ନ୍ତୁ: Winter Magic in Kandhamal: ଶୀତ ସାଜିଛି ମିତ... କନ୍ଧମାଳ କାନ୍ଧରେ ବସି କେବେ ଗୀତ ଗାଉଛି, ପୁଣି କେବେ ଲୁଚି ଯାଉଛି ଚଳିତ ବର୍ଷର ପହିଲି ଶୀତ...
ବିଜେଡିକୁ କରିଥିଲେ ଟାର୍ଗେଟ
କୋମନା ବ୍ଲକ୍ରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରୋଡ୍ ସୋ’ କରିବା ସହ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରତିଆକ୍ରମଣ କରିଥିଲେ। କୋମନା ବ୍ଲକ୍ରେ ରୋଡ୍ ସୋ’ କରିବା ପରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କିଏ ବେଇମାନ ବୋଲି କହି ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଜୟ ଢୋଲକିଆଙ୍କୁ ବେଇମାନ କହି ସମ୍ବୋଧନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା। ଏ ବେଇମାନର ସଂଜ୍ଞା କ’ଣ? ବେଇମାନ କାହାକୁ କୁହାଯାଏ? ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା କୁଆଡ଼େ ବହୁତ ଶାଳୀନତା ରକ୍ଷା କରନ୍ତି। କେବେ ହେଲେ ତାଙ୍କ ମୁହଁରୁ ବେଇମାନ ଶବ୍ଦ ବାହାରେ ନାହିଁ। ତା’ ହେଲେ କୋମନାରେ ତାଙ୍କ ମୁହଁରୁ ବେଇମାନ ଶବ୍ଦ ବାହାରିଲା କିପରି? ମୋତେ ଲାଗୁଛି, ବୋଧହୁଏ ତାଙ୍କ ସ୍କ୍ରିପ୍ଟ ରାଇଟର୍ (ଭାଷଣ ଲେଖକ) ବେଇମାନର ସଂଜ୍ଞା କ’ଣ, ତାହା ବୁଝାଇ ନାହାନ୍ତି। ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଆଣି ବିଜେଡି ପ୍ରାର୍ଥୀ କରିଥିଲା।
ଆହୁରି ପଢ଼ନ୍ତୁ: Police Rescued Teacher: ମାତାଲ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟରେ ହଙ୍ଗାମା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/08/mohan-majhi-2025-11-08-17-31-18.jpg)