ଆଜି ସରିଯିବ ବୈଶାଖୀ ମେଳା, ଶନିବାର ସବୁ ରାସ୍ତା ଜାମ୍‌; ଦେଢ଼ ଲକ୍ଷରୁ ଅଧିକ ଲୋକ ମେଳା ବୁଲିଲେ

Advertisment
ଆଜି ସରିଯିବ ବୈଶାଖୀ ମେଳା, ଶନିବାର ସବୁ ରାସ୍ତା ଜାମ୍‌; ଦେଢ଼ ଲକ୍ଷରୁ ଅଧିକ ଲୋକ ମେଳା ବୁଲିଲେ

Sambad

କଟକ: ଆସନ୍ତାକାଲି ଉଦ୍‌ଯାପିତ ହେବାକୁ ଯାଉଛି ଉପର ବାଲିଯାତ୍ରା ପଡିଆରେ ଚାଲିଥିବା ବୈଶାଖୀ ମେଳା। ଶନିବାର ଦିନ ମେଳାରେ ଦେଢ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ଜମିବା ସହିତ ଦେଢ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା କୁହାଯାଉଛି। ଆଜି ପଡ଼ିଆକୁ ସଂଯୋଗ କରୁଥିବା ସବୁ ରାସ୍ତା ଏକରକମ ଜାମ୍ ହେଇ ଯାଇଥିଲା। ଆସନ୍ତାକାଲି ମେଳାର ଶେଷ ଦିନ ଆଉ ରବିବାର ଥିବାରୁ ଆହୁରି ଭିଡ଼ ଜମିବା ଆଶା କରାଯାଉଛି।

ଆଜି ମେଳାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ଡ୍ୟାନ୍ସ ‌ଏକାଡେମି, ସତ୍ୟସାଇ ନୃତ୍ୟ ଅନୁଷ୍ଠାନ, ଉତ୍କଳ କଳା ନୃତ୍ୟ ଏକାଡେମି, ନିଖିଳ ଉତ୍କଳ କଳା ପରିଷଦର କଳାକାର ମାନେ କାର୍ଯ୍ୟକ୍ରମ ପର‌ିବେଷଣ କରିଥିଲେ। କାର୍ଯ୍ୟକ୍ରମରେ କ୍ୟାଣ୍ଟନମେଣ୍ଟ୍ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ସାହିତ୍ୟ ଏକାଡେମି ସଚିବ ପ୍ରବୋଧ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଭ୍ୟର୍ଥନା କମିଟି ମୁଖ୍ୟ ଦିଲ୍ଲୀପ ସାହୁ, ସଂଜୀବ ବେହେରା ଓ ରମେଶ ଚନ୍ଦ୍ର ସାହୁ ମଂଚରେ ଉପସ୍ଥିତ ଥିବା ବେଳେ ଦେବୀପ୍ରସାଦ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe