ପୌର ନିର୍ବାଚନ ପାଇଁ ତାଲିମ୍‌ ନେଲେ ଅଧିକାରୀ ଓ କର୍ମଚାରୀ

ପୌର ନିର୍ବାଚନ ପାଇଁ ତାଲିମ୍‌ ନେଲେ ଅଧିକାରୀ ଓ କର୍ମଚାରୀ

Sambad

କଟକ: ପୌର ନିର୍ବାଚନ ପାଇଁ ଆଜି ତାଲିମ୍‌ କାର୍ଯ୍ୟକ୍ରମ ବୋସ୍‌ ପରିସରରେ ଅନୁଷ୍ଠିତ ହୋଇଛି। ୨୪ରେ ହେବାକୁ ଥିବା କଟକ ମହାନଗର ନିଗମ, ଚୌଦ୍ବାର ପୌରପରିଷଦ, ଆଠଗଡ଼ ଓ ବାଙ୍କୀ ଏନ୍‌ଏସି ନିର୍ବାଚନ ପରିଚାଳନା ପାଇଁ ୧୨ଶହ ପ୍ରିଜାଇଡିଂ, ପୁଲିଂ ଅଧିକାରୀଙ୍କୁ ତାଲିମ ଦିଆଯିବ। ତେବେ ପ୍ରତିଦିନ ୪ଶହ କର୍ମଚାରୀଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା ରହିଥିବାବେଳେ ପ୍ରଥମ ଦିନରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିଶନର ଅନନ୍ୟା ଦାସ, ପିଡି ଡିଆରଡିଏ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମର ତଦାରଖ କରିଥିଲେ।

ମାଷ୍ଟର ଟ୍ରେନର ଭାବେ ଏପିଡି ପ୍ରଶାନ୍ତ ନାୟକ, ଡେପୁଟି କଲେକ୍ଟର ଅନିତା ପାତ୍ର, ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ ସ୍ବାଇଁ, ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ଡେପୁଟି କଲେକ୍ଟର ସୁବାଶିଷ ପାଲ୍‌ଟା ପ୍ରମୁଖ ତାଲିମ ଦେଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ୧୬ ତାରିଖରେ ସରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe