ପିକ୍‌ନିକ୍‌ ଋତୁରେ ଟ୍ରାଭେଲ ଏଜେନ୍ସି ଫାଙ୍କା; ୯୦ ପ୍ରତିଶତ ବ୍ୟବସାୟ ମାଡ଼

Advertisment
ପିକ୍‌ନିକ୍‌ ଋତୁରେ ଟ୍ରାଭେଲ ଏଜେନ୍ସି ଫାଙ୍କା; ୯୦ ପ୍ରତିଶତ ବ୍ୟବସାୟ ମାଡ଼

Sambad

କଟକ: ପିକ୍‌ନିକ୍‌ ଋତୁରେ ଫାଙ୍କା ପଡ଼ିଛି ଟ୍ରାଭେଲ ଏଜେନ୍ସି। ଲୋକଙ୍କ ମଧ୍ୟରେ ନାହିଁ ପୂର୍ବପରି ପିକ୍‌ନିକ୍‌ କ୍ରେଜ୍‌। ଏଥିପାଇଁ ଏବେ ଚିନ୍ତାରେ ଟ୍ରାଭେଲ ଏଜେନ୍ସି ମାଲିକ। ଲକ୍‌ଡ଼ାଉନ୍‌ ସମୟରୁ ଲୋକେ ଘରେ ରହିଆସୁଥିବା‌େବଳେ ଏବେ ଅନ୍‌ଲକ୍‌ ସମୟରେ ଲୋକଙ୍କ ଇଚ୍ଛା ଥାଇ ମଧ୍ୟ କୁଆଡ଼େ ବୁଲିବାକୁ ଆଗ୍ରହ ପ୍ରକ‌ାଶ କରୁ ନାହାନ୍ତି। କରୋନା ଯୋଗୁଁ ଆର୍ନ୍ତଜାତିକ ବିମାନ ବନ୍ଦ ଚଳାଚଳ ବନ୍ଦ ହେବା ଓ କଟକଣା ଯୋଗୁଁ ବିଦେଶୀ ପର୍ଯ୍ୟଟକ ମଧ୍ୟ ମୁହଁ ଫେରାଉଛନ୍ତି। ଏହାର ସିଧାସଳଖ ପ୍ରଭାବ ଟ୍ରାଭେଲ ଏଜେନ୍ସି ମାଲିକଙ୍କ ବେପାର ଉପରେ ପଡ଼ିଛି। ଶୀତ ଋତୁରେ ଯେଉଁଠି ଲୋକେ ବୁଲିବାକୁ ପସନ୍ଦ କରିଥାନ୍ତି ଏବେ ସେହି ଶୀଋତୁରେ ଲୋକେ ଘରେ ରହିବାକୁ ପସନ୍ଦ କରୁଛନ୍ତି।

ଯେଉଁଠି ପିକ୍‌ନିକ୍‌ ଋତୁ ପୂର୍ବ ଏକ ମାସରୁ ଲୋକେ ଟ୍ରାଭେଲ ଏଜେନ୍ସି ମାନଙ୍କରେ ଆଗୁଆ ଗାଡ଼ି ବୁକିଙ୍ଗ କରୁଥିଲେ ଏବେ ତାହା କେବଳ ଏବେ କିଛି ମାତ୍ରାରେ ରାଜ୍ୟ ଭିତରେ ବୁଲିବା ପାଇଁ ସୀମିତ ରହିଛି। ପୂର୍ବରୁ ଯେଉଁଠି ଦିନକୁ ୪୦ରୁ ଅଧିକ ବୁକିଙ୍ଗ ଆସୁଥିଲା ଏବେ ତାହା ୧୫ ଛୁଇଁବା କଷ୍ଟକର ହୋଇପଡ଼ିଛି। ଫଳରେ ଟ୍ରାଭେଲ ଏଜେନ୍ସି ମାଲିକଙ୍କୁ ବହୁ କ୍ଷତିର ସାମ୍ନା କରିବାକୁ ପଡ଼ୁଛି। ଡ଼ିସେମ୍ବର ଓ ଜାନୁଆରି ମାସରେ ଯେଉଁଠି ଲକ୍ଷ ଲକ୍ଷ ଟଙ୍କା ବେପାର ହେଉଥିଲା, ଏବେ ତାହାର ୧୦ ପ୍ରତିଶତ ବି ସମ୍ଭବ ହେଉ ନାହିଁ।

publive-image Sambad

ଗୋଟେ ଗୋଟେ ଦିନ ବଇନି ପଡ଼ୁନି
ବହୁ ସମସ୍ୟା ଦେଇ ଗତି କରିବାକୁ ପଡ଼ୁଛି। ଏପରିକି ଗୋଟେ ଗୋଟେ ଦିନ ବୁକିଙ୍ଗ ଆସୁ ନାହିଁ କି ବଇନି ମଧ୍ୟ ହେଉ ନାହିଁ। ଗତ ମାର୍ଚ୍ଚ ମାସ ଠାରୁ ଲକ୍‌ଡ଼ାଉନ ଯୋଗୁଁ ସମସ୍ତ ବେପାର ବନ୍ଦ ଥିଲା। ଏବେ ଅନଲକ୍‌ ହୋଇଛି ସତ ହେଲେ ଲୋକେ ଘରୁ କୁଆଡ଼େ ଯିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ପୂର୍ବରୁ ଯେଉଁଠି ଦିନକୁ ୧୫ ରୁ ଅଧିକ ବୁକିଙ୍ଗ ଆସୁଥିଲା ଏବେ କାଁ ଭାଁ ବୁକିଙ୍ଗ ଆସୁଛି। ଯାହାର ପ୍ରଭାବ ବେପାର ଉପରେ ପଡ଼ିଛି।

-ଚନ୍ଦ୍ରମଣି ବେହେରା, ରାଜା ଟ୍ରାଭେଲ୍‌ସ, ଖପୁରିଆ

publive-image Sambad

ଇଚ୍ଛା ଥାଇ ମଧ୍ୟ ଗ୍ରାହକଙ୍କ ମନରେ ଭୟ
ଗ୍ରାହକଙ୍କୁ ଆମେ ସମସ୍ତ ପ୍ରକାରର ସୁବିଧା ଯୋଗାଇଥାଉ। ହେଲେ କରୋନା ସବୁ ଜିନିଷକୁ ବିଗାଡ଼ି ଦେଇଛି। ଏପରିକି ଗ୍ରାହକଙ୍କ ଇଚ୍ଛା ଥାଇ ମଧ୍ୟ ଘରୁ ବାହାରିବାକୁ ଭୟ କରୁଛନ୍ତି। ଯାହାର ସିଧାସଳଖ ପ୍ରଭାବ ବେପାର ଉପରେ ପଡ଼ିଛି। ସମ୍ପୂର୍ଣ୍ଣ ଭାବେ ୯୦ ପ୍ରତିଶତ ବେପାର ହ୍ରାସ ପାଇଛି।

-ଦୀପକ ଅଗ୍ରୱାଲ, ସନ୍ଥାଲିଆ ଅନ୍‌ଲାଇନ ସର୍ଭିସ, ନିମ୍‌ଚଉଡ଼ି

publive-image Sambad

ବେପାର ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଛି
୧୨ ବର୍ଷ ହେବ ଟ୍ରାଭେଲ ଏଜେନ୍ସି କରିବା ମଧ୍ୟରେ ଏଭଳି ପରିସ୍ଥିତି କେବେ ଉପୁଜି ନଥିଲା। ହେଲେ କରୋନା ସମ୍ପୂର୍ଣ୍ଣ ଭାବେ ବେପାର ଉଜାଡ଼ି ଦେଇଛି। ପ୍ରଥମେ ଲକ୍‌ଡ଼ାଉନ ଯୋଗୁଁ ବନ୍ଦ ହେବା ଓ ଏବେ ଗ୍ରାହକ ମନବଳାଉ ନଥିବା ସମସ୍ୟା ଉପୁଜିଛି। ମୁଖ୍ୟତଃ ଓଡ଼ିଶା ବାହାରକୁ ଅଧିକ ବୁକିଙ୍ଗ ରହିଥାଏ। ହେଲେ ତାହା ମଧ୍ୟ ବନ୍ଦ ହୋଇଯାଇଛି।

-ବିଶାଲ ଅଗ୍ରୱାଲ, ଅନ୍‌ଲାଇନ୍‌ ଟ୍ରାଭେଲ ଏଜେନ୍ସି, ନନ୍ଦି ସାହି

publive-image Sambad

ବିଦେଶୀ ଆସୁ ନଥିବାରୁ ବେପାର ପୂରା ଠପ୍
୧୯୮୨ ମସିହାରୁ ବେପାର ଆରମ୍ଭ କରିଛି ହେଲେ ଏ ପରିସ୍ଥିତି କେବେ ଆସି ନଥିଲା। ମୁଖ୍ୟତଃ ବିଦେଶୀ ପର୍ଯ୍ୟଟକ ଆସିବା ବନ୍ଦ ହିଁ ଅଧିକ କ୍ଷତି ଆଡ଼କୁ ଟାଣି ନେଇଛି। ଏଭଳି ପରିସ୍ଥିତି ଜାରି ରହିଲେ ଏଜେନ୍ସି ଚଳାଇବା ମଧ କଷ୍ଟକର ହୋଇଯିବ।

-ପ୍ରଶାନ୍ତ କୁମାର ସାହୁ, ଉମା ଟ୍ରାଭେଲ ଏଜେନ୍ସ, କ୍ୟାଣ୍ଟନମେଣ୍ଟ ରୋଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe