ଅନିଶ୍ଚିତତାରେ ତୁଳସୀପୁର ଆମୋଦ ଉଦ୍ୟାନ, ଝୁଲି ରହିଛି ୨୦କୋଟିର ପ୍ରକଳ୍ପ; ପ୍ରତିବର୍ଷ ବଢ଼ୁଛି ଏଷ୍ଟିମେଟ୍‌

Advertisment
ଅନିଶ୍ଚିତତାରେ ତୁଳସୀପୁର ଆମୋଦ ଉଦ୍ୟାନ, ଝୁଲି ରହିଛି ୨୦କୋଟିର ପ୍ରକଳ୍ପ; ପ୍ରତିବର୍ଷ ବଢ଼ୁଛି ଏଷ୍ଟିମେଟ୍‌

Sambad

କଟକ: କଟକ ସହରରେ ଏକାଧିକ ପ୍ରକଳ୍ପର ଭବିଷ୍ୟତକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ଜାଇକା ପ୍ରକଳ୍ପ ଅଧୀନରେ ଥିବା ତୁଳସୀପୁର ଦେଉଳସାହି-ରେଭନ୍ୟୁ କଲୋନି ଅଞ୍ଚଳରେ ପ୍ରସ୍ତାବିତ ବହୁ ପ୍ରତୀକ୍ଷିତ ୨୦ କୋଟି ଟଙ୍କାର ଆମୋଦ ଉଦ୍ୟାନ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭିତରେ ରହିଛି। ଠିକାଦାରଙ୍କ ହାତରେ ପ୍ରକଳ୍ପର ଭାଗ୍ୟ ଲଟକି ରହିଛି। ତୁଳସୀପୁର ଅଞ୍ଚଳର ବିଶାଳ ‘ରେଭେନ୍ୟୁ ପଣ୍ଡ୍‌’ର ପୁନଃରୁଦ୍ଧାର କରି ଏଠାରେ ଏକ ଆମୋଦ ଉଦ୍ୟାନ( ଆମ୍ୟୁଜମେଣ୍ଟ୍ ପାର୍କ) ନିର୍ମାଣ ପାଇଁ ଯୋଜନା ହୋଇଥିଲା। ପୋଖରୀ ଚାରି ପାଖରେ ଫୁଟପାଥ ନିର୍ମାଣ, ଦୁଇଟି ପ୍ରବେଶ ପଥ ରହିବ।

ଭିଉ ଡେସ୍କ, ଫୁଡ କୋର୍ଟ, ରେଷ୍ଟୁରାଣ୍ଟ, ବୋଟ କ୍ଲବ, ଯୋଗ ପାଇଁ ସ୍ଥାନ, ଆକ୍ବାରିୟମ, ଟୟ ଟ୍ରେନ ପ୍ଲାଟଫର୍ମ, ପାର୍କ, ଫାଉଣ୍ଟେନ, ଜଗିଂ ଟ୍ରାକ, ଟୟ ଟ୍ରେନ ଟ୍ରାକ୍, ସୋଲାର ପ୍ୟାନେଲ ଲାଇଟ ପୋଲ ନିର୍ମାଣ କରାଯାଇ ଏହାକୁ ଆକର୍ଷଣୀୟ କରାଯିବାର ଯୋଜନା ରହିଥିଲା। ଏହି ପ୍ରକଳ୍ପ ହୋଇଥିଲେ ତୁଳସୀପୁର ଅଞ୍ଚଳରେ ଆକର୍ଷଣର କେନ୍ଦ୍ର ପାଲଟିଥା’ନ୍ତା। ମାତ୍ର ଏହି ପ୍ରକଳ୍ପ କାମୀ ମନ୍ଥର ଗତିକୁ ନେଇ ଉଦବେଗ ପ୍ରକାଶ ପାଇଛି। ଯୋଜନା ମୁତାବକ, ୨୦ କୋଟି ଟଙ୍କାରେ ଗତ ୨୦୧୩ରେ ଏହି ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ତିନି ବର୍ଷରେ ସରିବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଇତି ମଧ୍ୟରେ ୯ବର୍ଷ ବିତିଗଲାଣି। ପ୍ରକଳ୍ପ ଚୂଡାନ୍ତ ରୂପ ପାଇପାରୁନାହିଁ। ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe