ଓଡ଼ିଶାରେ ବିଜେପିର ବିଜୟ ହେବ: ତୁଷାର ଚକ୍ରବର୍ତ୍ତୀ

Advertisment
ଓଡ଼ିଶାରେ ବିଜେପିର ବିଜୟ ହେବ: ତୁଷାର ଚକ୍ରବର୍ତ୍ତୀ

pratidin tv

କଟକ: ଆଜି କଟକ ଗସ୍ତରେ ଆସି ନିର୍ବାଚନୀ ସଭା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହୋଇଥିବା ଏହି ସଭାରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପିର କଟକର ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଏବଂ ସମସ୍ତ ବିଧାୟକ ପ୍ରାର୍ଥୀ ମଧ୍ୟ ଉପସ୍ଥିତ ଥିଲେ। ଏହାକୁ ନେଇ ବାଙ୍କୀର ବିଜେପି ବିଧାୟକ ପ୍ରାର୍ଥୀ ତୁଷାର ଚକ୍ରବର୍ତ୍ତୀ କହିଛନ୍ତି,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରାର୍ଥୀ ଏବଂ କର୍ମୀ ବେଶ୍ ଉତ୍ସାହିତ। କଟକରେ ମୋଦୀଙ୍କ ଏହି ବକ୍ତବ୍ୟ ବଡ଼ ପ୍ରଭାବ ପକାଇବ। ମୋଦୀଙ୍କ ନେତୃତ୍ବକୁ ଭରସା କରି ବିଜେପି ପ୍ରତି ଲୋକଙ୍କ ସମର୍ଥନ ବଢୁଛି। ତେଣୁ ଓଡ଼ିଶାରେ ବିଜେପିର ବିଜୟ ହେବ।

ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିବା ବେଳେ ଏଥର ଓଡିଶାରେ ବିଜେପି ସରକାର କରିବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe