ମଙ୍ଗୁଳି ଛକରୁ ଗଞ୍ଜେଇ ଜବତ: ୨ ଅଭିଯୁକ୍ତ ଅଟକ

Advertisment
ମଙ୍ଗୁଳି ଛକରୁ ଗଞ୍ଜେଇ ଜବତ: ୨ ଅଭିଯୁକ୍ତ ଅଟକ

Sambad

କଟକ: କଟକର ମଙ୍ଗୁଳି ଛକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି। ବୌଦ୍ଧରୁ ବାଲେଶ୍ଵରକୁ ଚାଲାଣ ହେଉଥିବା ବେଳେ ୧୦୫ କେଜି ଗଞ୍ଜେଇକୁ ଜବତ କରିଛି କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ। ଗଞ୍ଜେଇ ସମତେ ୨ ଅଭିଯୁକ୍ତଙ୍କୁ ଗିରଫ କରିବାସହ ଗୋଟିଏ କାରକୁ ମଧ୍ୟ ଜବତ କରାଯାଇଛି।

ସୂଚନା ଅନୁଯାୟୀ, କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ ବିଶେଷ ସୁତ୍ରରୁ ଖବର ପାଇ ଆଜି ଗୁରୁବାର କଟକ ମଙ୍ଗୁଳି ଛକ ଠାରେ ଚଢାଉ କରିଥିଲା। ବୌଦ୍ଧରୁ ବାଲେଶ୍ବର ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ ୧୦୫ କେଜି ଗଞ୍ଜେଇ ଜବତ କରିବା ସମେତ ୨ ଅଭିଯୁକ୍ତ ଓ ଗୋଟିଏ କାରକୁ ଜବତ କରିଛି। ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe