୧୨ ଶହ ଗର୍ଭବତୀଙ୍କ ବେଆଇନ ଲିଙ୍ଗ ନିରୂପଣ: କାର୍ପଟଦାର୍ ପ୍ରସନ୍ନର ଯୋଗ୍ୟତା ଯୁକ୍ତ ଦୁଇ; ନାମ ଫଳକରେ କର୍କଟ ରୋଗ ବିଶେଷଜ୍ଞ

ଆଉ ଦୁଇ ଦଲାଲ ଗିରଫ; ଅଲଟ୍ରାସାଉଣ୍ଡ ରେକର୍ଡରୁ ମିଳିବ ପ୍ରମାଣ

ବାଦାମବାଡ଼ି, ଫ୍ରେଣ୍ଡସ୍‌ କଲୋନିରେ ବି ବେଆଇନ ଲିଙ୍ଗ ନିରୂପଣ! ମେସିନ୍‌ ଧରି ଘରେ ପହଞ୍ଚି ଯାଉଛି ଦଲାଲ

.biologyreference.com

କଟକ: ମଙ୍ଗଳାବାଗ ଆଲଫା ହେଲଥ୍ କେୟାରର ମାଲିକ ପ୍ରସନ୍ନ କୁମାର ସାହୁ ଗଲା ୬ ମାସ ଭିତରେ ପାଖାପାଖି ୧୨ ଶହ ଗର୍ଭବତୀ ମହିଳାଙ୍କ ଲିଙ୍ଗ ନିରୂପଣ କରିଛି। ପ୍ରସନ୍ନର ଶିକ୍ଷାଗତ ଯୋଗ୍ୟତା ହେଉଛି ଯୁକ୍ତ ଦୁଇ। କିନ୍ତୁ ନିଜକୁ କର୍କଟ ରୋଗ ବିଶେଷଜ୍ଞ ପରିଚୟରେ ସେ ଗର୍ଭବତୀ ମହିଳାଙ୍କ ଲିଙ୍ଗ ନିରୂପଣ କରି ଆସୁଥିଲା। ତେବେ ଏଭଳି କେଳେଙ୍କାରୀରେ ଜଣେ ଅଲଟ୍ରାସାଉଣ୍ଡ ମେସିନ୍ ମରାମତି କରୁଥିବା ଇଞ୍ଜିନିୟରଙ୍କ ସଂପୃକ୍ତି ସଂପର୍କିତ ତଥ୍ୟ ପୁଲିସ ହାତରେ ଲାଗିଛି। କଟକର ସମ୍ପୃକ୍ତ ଇଞ୍ଜିନିୟର ପୁରୁଣା ଅଲଟ୍ରାସାଉଣ୍ଡ ମେସିନ୍ ପ୍ରସନ୍ନକୁ ବିକ୍ରି କରିଛି। ସେହି ମେସିନରେ ହିଁ ପ୍ରସନ୍ନ ଅଲଟ୍ରାସାଉଣ୍ଡ କରୁଥିଲା। ତେବେ ଏହି କେଳେଙ୍କାରୀରେ ସମ୍ପୃକ୍ତ ଇଞ୍ଜିନିୟରକୁ ପୁଲିସ ମାଷ୍ଟରମାଇଣ୍ଡ ବୋଲି ଦର୍ଶାଇଛି। ଅନ୍ୟପଟେ ଲିଙ୍ଗ ନିରୂପଣ କରିବାକୁ ମହିଳାଙ୍କୁ ପ୍ରସନ୍ନ ନିକଟକୁ ଆଣୁଥିବା ଦୁଇ ଦଲାଲଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଆଜି ଗିରଫ କରିଛି।

ସୂଚନା ଅନୁଯାୟୀ, ମଙ୍ଗଳାବାଗ କାଠଗୋଲା ସାହିରେ ଜଣେ ଆଇନଜୀବୀ ସୌମ୍ୟରଞ୍ଜନ ମିଶ୍ରଙ୍କ ଘର ଭଡ଼ା ନେଇ ତିଗିରିଆ ପାଞ୍ଚଗାଁର ପ୍ରସନ୍ନ ଗଲା ୬ ମାସ ହେବ ଆଲଫା ହେଲଥ କେୟାର୍ ଖୋଲିଥିଲା। ଘର ଭଡ଼ା ବାବଦରେ ସେ ୧୮ ହଜାର ଟଙ୍କା ଦେଉଥିଲା। ଏହି କ୍ଲିନିକରେ ପ୍ରସନ୍ନ ସହିତ ଆଟେଣ୍ଟାଣ୍ଡ ଭାବେ ଚୌଦ୍ବାର ଢିଅ ସାହିର ବସନ୍ତ କୁମାର ବର୍ଦ୍ଧନ କାମ କରୁଥିଲା। ଘର ମାଲିକ ଯେତବେଳେ କ୍ଲିନିକର ପଞ୍ଜିକରଣ ସଂକ୍ରାନ୍ତ କାଗଜପତ୍ର ପ୍ରସନ୍ନକୁ ମାଗିଥିଲେ, ସେତେବେଳେ କ୍ଲିନିକ୍ ପାଇଁ ଆବେଦନ କରାଯାଇଥିବା ବେଳେ ଖୁବ ଶୀଘ୍ର ମିଳିଯିବା ନେଇ ପ୍ରତିଶ୍ରୁତି ଦେଇ ସମୟ ଗଡ଼ାଇ ଚାଲିଥିଲା। କଟକ ସମେତ ନୟାଗଡ଼, ଖୋର୍ଧା, ପୁରୀ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ ଭଳି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ରହୁଥିବା ନିରକ୍ଷର ମହିଳାଙ୍କୁ ଟାର୍ଗେଟ କରାଯାଉଥିଲା। ସେହି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ଜଣ ଦଲାଲଙ୍କୁ ଠାବ କରିଛି ପୁଲିସ। ଏହି ଦଲାଲମାନେ ଗ୍ରାମାଞ୍ଚଳରେ ଗର୍ଭ ନଷ୍ଟ କରିବାକୁ ଚାହୁଁଥିବା ବିବାହିତ ମହିଳା କିମ୍ବା ଅବୈଧ ସନ୍ତାନ ପ୍ରସବ କରିବାକୁ ଚାହୁଁ ନଥିବା ମହିଳାଙ୍କୁ ଆଲଫା ହେଲଥ୍ କେୟାରକୁ ପଠାଉଥିଲେ।

ଲିଙ୍ଗ ଯଦି ଶିଶୁକନ୍ୟାର ଚିହ୍ନଟ ହୁଏ ତେବେ ୪ ହଜାର ୫୦୦ ଟଙ୍କା ଏବଂ ଶିଶୁପୁତ୍ର ଚିହ୍ନଟ ହେଲେ ୫ ହଜାର ଟଙ୍କା ସମ୍ପୃକ୍ତ ମହିଳାଙ୍କୁ ଖର୍ଚ୍ଚ କରିବାକୁ ପଡ଼ୁଥିଲା। ପ୍ରତି ପରୀକ୍ଷାରେ ପ୍ରସନ୍ନ ୧୫ ଶହ ଟଙ୍କା ପାଉଥିବା ବେଳେ ଅବଶିଷ୍ଟ ଟଙ୍କା ଦଲାଲ ନେଉଥିଲା। ଉଭୟ ପ୍ରସନ୍ନ ଓ ବସନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ପ୍ରସନ୍ନର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଗିରଫ ହୋଇଥିବା ଦୁଇ ଦଲାଲ ମଙ୍ଗଳାବାଗ କାଠଗୋଲା ରୋଡରେ ପ୍ରାଇମ ଡାଇଗ୍ନୋଷ୍ଟିକ ସେଣ୍ଟର ଖୋଲିଥିବା ଟାଙ୍ଗୀର ପିଣ୍ଟୁ ଓରଫ ସନ୍ତୋଷ କୁମାର ଲେଙ୍କା(୩୪) ଓ ମହ୍ଲା ସାହିରରେ ଜୟ ଜଗନ୍ନାଥ ମେଡିସିନ୍ ସେଣ୍ଟର ଖୋଲିଥିବା ଯାଜପୁର ଜିଲ୍ଲା ବରୀର ଟୁଟୁ ଓରଫ ହୃଷିକେଶ ସାହୁ(୪୩)। ପ୍ରସନ୍ନ ସମେତ ପିଣ୍ଟୁ ଓ ଟୁଟୁ ମଙ୍ଗଳାବାଗରେ ଗଲା ୨୦ ବର୍ଷ ଧରି ଚାଲି ଆସିଥିବା ଏକ ଡାଇଗ୍ନୋଷ୍ଟିକ ସେଣ୍ଟରରେ କାମ କରୁଥିଲେ। କିନ୍ତୁ ଉକ୍ତ ଡାଇଗ୍ନୋଷ୍ଟିକ ସେଣ୍ଟର ବନ୍ଦ ହୋଇଯିବା ପରେ ଏହି ତିନି ଜଣ ଏଭଳି ବେଆଇନ କାରବାର ଆରମ୍ଭ କରି ଦେଇଥିଲେ। ଏସିପି ଅଜୟ ଦାସ ଓ ମଙ୍ଗଳାବାଗ ଥାନା ଆଇଆଇସି ଅମିତାଭ ମହାପାତ୍ରଙ୍କ ନେତୃତ୍ବରେ ଏବେ ଏକ ପୁଲିସ ଟିମ୍ ଜିଲ୍ଲା ବାହାରର ଦଲାଲଙ୍କୁ ଠାବ କରିବାକୁ ପ୍ରସନ୍ନର ଗଲା ୬ ମାସର ସିଡିଆର (କଲ୍ ଡିଟେଲ୍ ରେକର୍ଡ) ଅନୁଧ୍ୟାନ କରୁଛି। ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ଚିହ୍ନଟ କରାଯାଇଛି। ଯେଉଁମାନଙ୍କ ସହିତ ପ୍ରସନ୍ନ ନିୟମିତ ଯୋଗାଯୋଗରେ ଥିଲା। ପ୍ରସନ୍ନ ନିଜର କ୍ଲିନିକ୍ ବାହାରେ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଡି.କେ. ଅଗ୍ରଓାଲ ନାଁରେ ଏକ ବୋର୍ଡ ଲଗାଇଥିଲା। ସମ୍ପୃକ୍ତ ଡାକ୍ତର ଅଲଟ୍ରାସାଉଣ୍ଡ କରୁଥିବା ଦର୍ଶାଯାଇଥିଲା। କିନ୍ତୁ ସେଭଳି କେହି ଡାକ୍ତର ଉକ୍ତ କ୍ଲିନିକକୁ ଆସୁଥିଲେ। ନିଜେ ପ୍ରସନ୍ନ ସବୁକିଛି କରୁଥିଲା। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରସନ୍ନ ଦିନକୁ ଅତି କମରେ ୭ଟି ହିସାବରେ ମାସକୁ ୨୦୦ ଲେଖାଏ ଗର୍ଭବତୀ ମହିଳାଙ୍କ ଲିଙ୍ଗ ନିରୂପଣ କରୁଥିଲା। ଏ ନେଇ ପ୍ରସନ୍ନ ପୁଲିସ ସାମନାରେ ସ୍ବୀକାର ବି କରିଛି। ତେବେ ପୁଲିସ ଏହାକୁ ପ୍ରମାଣ କରିବା ପାଇଁ ଜବତ ହୋଇଥିବା ଅଲଟ୍ରାସାଉଣ୍ଡ ମେସିନରୁ ତଥ୍ୟ କାଢ଼ିବା ପାଇଁ ଅଲଟ୍ରାସାଉଣ୍ଟ ବିଶେଷଜ୍ଞଙ୍କ ସାହାଯ୍ୟ ନେବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ଅନ୍ୟପଟେ ଲିଙ୍ଗ ନିରୂପଣ ସମୟରେ ପ୍ରସନ୍ନ ଜାଣିଶୁଣି ମେସିନରୁ କୌଣସି ରିପୋର୍ଟ ପ୍ରିଣ୍ଟ କରୁନଥିଲା। ଭୃଣ ସମ୍ପର୍କରେ ପ୍ରସନ୍ନ କେବଳ ମୁହଁରେ କହୁଥିଲା। ପ୍ରମାଣ ନରଖିବା ପାଇଁ ଏଭଳି ପ୍ରସନ୍ନ କରିଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe