ରେଳ ଷ୍ଟେସନ୍ ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

Advertisment

ମୃତ୍ୟୁକୁ ନେଇ ସନ୍ଦେହ; ଜଣେ ଗତକାଲିଠାରୁ ନିଖୋଜ ଥିଲେ

ମୃତ୍ୟୁକୁ ନେଇ ସନ୍ଦେହ; ଜଣେ ଗତକାଲିଠାରୁ ନିଖୋଜ ଥିଲେ

ରେଳ ଷ୍ଟେସନ୍ ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

Sambad

କଟକ: ମାତ୍ର ୨୪ ଘଣ୍ଟା ଭିତରେ କଟକ ରେଳ ଷ୍ଟେସନ ନିକଟରୁ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ପ୍ରେମ ଜନିତ ବ୍ୟାପାରକୁ କେନ୍ଦ୍ର କରି ଆତ୍ମହତ୍ୟା କରିଥିବା କୁହାଯାଉ ଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ପରିବାର ଲୋକେ ଏହାକୁ ଏକ ହତ୍ୟା ବୋଲି କହୁଥିବାରୁ ଘଟଣାକୁ ନେଇ ସନ୍ଦେହ ଜାରି ରହିଛି। ଜିଆର୍‌ପି ଥାନା ପୁଲିସ ଦୁଇ ଯୁବକଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡ଼ ଡାକ୍ତରଖାନା ପଠାଇଛି। ଦୁଇ ଯୁବକଙ୍କ ଶରୀର ଦୁଇ ଖଣ୍ଡ ହୋଇ ରେଳ ଧାରଣା ପାର୍ଶ୍ବରେ ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଶକ୍ତିନଗରରେ ରହୁଥିବା ଜଗତସିଂହପୁର ତିର୍ତ୍ତୋଲ କନକପୁର ଶାସନର ପ୍ରଫୁଲ୍ଲ ଭଟ୍ଟଙ୍କ ପୁଅ ଶୁଭାଶିଷ ଭଟ୍ଟ(୨୫) ସ୍ବାହା ଷ୍ଟୁଡିଓରେ ଏଡିଟିଂ କାମ କରନ୍ତି। ତେବେ ବୁଧବାର ସକାଳ ପ୍ରାୟ ୮ଟା ବେଳେ ଜଣେ ବନ୍ଧୁଙ୍କୁ ନେଇ ଲିଙ୍କରୋଡରେ ଛାଡ଼ିବା ପରେ ସମ୍ପୃକ୍ତ ବନ୍ଧୁ ଭୁବନେଶ୍ବର ଯାଇଥିଲେ। ତା ପରଠାରୁ ଶୁଭାଶିଷଙ୍କର ଆଉ ପତ୍ତା ମିଳି ନଥିଲା। ଗୁରୁବାର ସକାଳେ ଶୁଭାଶିଷଙ୍କ ଶବ କାଠଯୋଡ଼ି ହଲଟ୍ ନିକଟରେ ଦୁଇ ଖଣ୍ଡ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଜିଆରପି ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡ଼ ଡାକ୍ତରଖାନା ପଠାଯାଇଛି।

ଶୁଭାଶିଷ କନକପୁର ଶାସନର ଜଣେ ଯୁବତୀଙ୍କୁ ପ୍ରେମ କରୁଥିବା ବେଳେ ସମ୍ପୃକ୍ତ ଯୁବତୀ ଅନ୍ୟତ୍ର ବିବାହ କରିବାରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। କିନ୍ତୁ ପରିବାର ଲୋକେ ଏହାକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି। ସେହିଭଳି କେନ୍ଦ୍ରାପଡ଼ା ତନ୍ତିପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ପାଞ୍ଚଗୋଛିଆର ଗୌରହରି ମଣ୍ଡଳଙ୍କ ପୁଅ ଗୌତମ ମଣ୍ଡଳ(୧୯) ବୁଧବାର ଅପରାହ୍ନ ପ୍ରାୟ ୪ଟା ୪୫ରେ କେନ୍ଦ୍ରାପଡ଼ା ଆଡ଼କୁ ଯାଇଥିବା ରେଳ ଧାରଣାର ମହାନଦୀ ବ୍ରିଜ ଶେଷ ମୁଣ୍ଡରେ ଆତ୍ମହତ୍ୟା କରିଛନ୍ତି। ଗୌତମ ୬ ମାସ ହେବ କାମ କରୁଥିଲା। ଗଲା ଏକ ମାସ ହେବ କାମ ଛାଡ଼ି ଘରେ ଥିଲେ। ନିକଟରେ ଗୁଜୁରାଟ ଯିବାର ଥିଲା। କିନ୍ତୁ ଏଭଳି ଆତ୍ମହତ୍ୟାକୁ ନେଇ ପରିବାର ଲୋକେ ବି ଆତ୍ମହତ୍ୟାର କାରଣ ସ୍ପଷ୍ଟ କରିପାରୁ ନାହାନ୍ତି। କଟକ ଜିଆରପି ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe