ଦୁଇ ବାଇକ ଚୋର ଗିରଫ; ୧୩ଟି ଗାଡ଼ି ଜବତ

Advertisment
ଦୁଇ ବାଇକ ଚୋର ଗିରଫ; ୧୩ଟି ଗାଡ଼ି ଜବତ

Sambad

ଫୁଲନଖରା: ଦୁଇ ଆନ୍ତଃଜିଲ୍ଲା ବାଇକ ଚୋରଙ୍କୁ ସଦର ଥାନା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୧୩ଟି ବିଭିନ୍ନ କମ୍ପାନିର ଦାମୀ ବାଇକ ଓ ଟ୍ରକ, ଅଟୋରିକ୍ସାରେ ବ୍ୟବହାର ହେଉଥିବା ୮ଟି ବ୍ୟାଟେରି ଜବତ ହୋଇଛି। ଅଭିଯୁକ୍ତ ହେଲେ ସଦର ଥାନା ଅନ୍ତର୍ଗତ ଭାଣପୁର ଗ୍ରାମର ପ୍ରକାଶ ପଢିଆରି ଓରଫ ଲିଟୁ (୨୪) ଓ ଗଞ୍ଜାମ ଜିଲ୍ଲା ତରାସିଂହ ଥାନା ଅନ୍ତର୍ଗତ ପୋଚାଲୁଣ୍ତି ଗ୍ରାମର ଭରତ ନାୟକଙ୍କ ପୁଅ ଦୟାନିଧି ନାୟକ ଓରଫ ଚୁଇଁ (୧୮)। ଚୁଇଁ ଓ ଲିଟୁ ଭଞ୍ଜନଗର ସମେତ ଭୁବନେଶ୍ବର ଓ ନଖରା ଅଞ୍ଚଳରୁ ବାଇକ ଓ ଗାଡ଼ି ବ୍ୟାଟେରି ଚୋରି କରନ୍ତି। ଗତ ୨୭ ତାରିଖ ଦିନ ରାତି ୯ଟା ସମୟରେ ସେମାନେ ଏକ ଜାଲ ନମ୍ବର ଥିବା ହୋଣ୍ତା ଆକ୍ଟିଭା ସ୍କୁଟିରେ କଟକରୁ ବାଲିକୁଦା ଦିଗରେ ଯାଉଥିବାବେଳେ ବାଲିକୁଦା ଛକରେ ଗାଡ଼ିମୋଟର ଯାଞ୍ଚ କରୁଥିବା ଏସଆଇ ଜୟକୃଷ୍ଣ ବେହେରାଙ୍କ ହାବୁଡ଼ରେ ପଡ଼ିଥିଲେ।

ସେମାନେ ଖସିଯିବାକୁ ଉଦ୍ୟମ କରିବା ସମୟରେ ପୁଲିସ ଉଭୟଙ୍କୁ ମାଡ଼ିବସିଥିଲା। ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କଲାପରେ ସେମାନେ ବହୁ ବାଇକ ଚୋରି ଘଟଣାରେ ସମ୍ପୃକ୍ତ ବୋଲି ଜଣାପଡ଼ିଲା। ଉଭୟଙ୍କୁ ଗିରଫ କରାଯିବା ପରେ ସେମାନେ ରହୁଥିବା ଘର ନିକଟରୁ ମୋଟ ୧୩ଟି ଚୋରା ବାଇକ ଓ ୮ଟି ଗାଡ଼ି ବ୍ୟାଟେରି ପୁଲିସ ଉଦ୍ଧାର କରିଛି। ଏହା ପୂର୍ବରୁ ଲିଟୁ ନାମରେ ଚାଉଳିଆଗଞ୍ଜ ଓ ସଦର ଥାନାରେ ୭ଟି ଚୋରି ମାମଲା ରହିଥିବା ଜଣାପଡ଼ିଛି। ଆଜି ଅଭିଯୁକ୍ତ ଚୁଇଁ ଓ ଲିଟୁକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁଧାଂଶୁଭୂଷଣ ଜେନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe