ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କ ଦୁଇଜଣ ଏଜେଣ୍ଟ ଗିରଫ

ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କ ଦୁଇଜଣ ଏଜେଣ୍ଟ ଗିରଫ

Sambad

କଟକ: ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍ ହାତରେ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କ ଦୁଇ ଜଣ ଏଜେଣ୍ଟ ଗିରଫ ହୋଇଛନ୍ତି। ଅଭିଯୁକ୍ତ ମାନେ ହେଉଛନ୍ତି ପଶ୍ଚିମବଙ୍ଗର ଲଲନ୍ ସେକ୍(୨୧) ଏବଂ ରାଜିବୁଲ୍ ସେକ୍(୨୩)। ସେମାନଙ୍କ ନିକଟରୁ ଏକ ଟୟୋଟା ଇଟିଅସ୍(୦୬ ଜି ୯୧୦୬) ଜବତ ହୋଇଛି। ଏହି ଗାଡ଼ିରେ ୧୫୦ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଛି। ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ବୋଲି ଆକଳନ କରାଯାଉଛି।ସୂଚନା ଅନୁଯାୟୀ, ରାଜ୍ୟ ଫ୍ଲାଇଂ ସ୍କାଡ୍ ଟାଙ୍ଗୀ ପକ୍ଷରୁ ୪ ତାରିଖ ଦିନ ପ୍ରାୟ ୧୧ଟା ବେଳେ ଟାଙ୍ଗୀ ଡ୍ରିମସ୍ କଲେଜ ନିକଟରେ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛନ୍ତି। ଏମାନେ କନ୍ଧମାଳରୁ କଲିକତା ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି। ଏକ ଟୟୋଟା ଇଟିଅସ୍ ଗାଡ଼ିରେ ୧୫୦ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିଲା।

ଏହି ଦୁଇ ଜଣ ପଶ୍ଚିମବଙ୍ଗର ଏକ ଗଞ୍ଜେଇ ମାଫିଆ ଗ୍ୟାଙ୍ଗ୍ ପାଇଁ ଏଜେଣ୍ଟ ଭାବେ କାମ କରୁଥିଲେ। ଅବକାରୀ କମିସନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀରେ ଏହି ଚଢ଼ଉ ହୋଇଥିଲା। ଚଢ଼ଉରେ ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍ ଅଧୀକ୍ଷକ ଦେବାଶିଷ ପଟେଲ, ଆଇଆଇସି ସରୋଜ କୁମାର ପରିଡ଼ା, ଇନସ୍ପେକ୍ଟର ଉମାକାନ୍ତ ସ୍ବାଇଁ, ସଚିନ ବେହେରା, ସାକ୍ରି ଉଲ୍ଲା, ନଟବର ମଲ୍ଲିକ, ମୋତିଲାଲ ମହନ୍ତ, ଗୌରାଙ୍ଗ ନାୟକ, ଦେବାଶିଷ ବେହେରା, ପଦ୍ମିନୀ ନାୟକ, ସବିତା ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe