ଯୋବ୍ରାରୁ ଦୁଇ ବନ୍ଧୁକ ବେପାରୀ ଗିରଫ

ଯୋବ୍ରାରୁ ଦୁଇ ବନ୍ଧୁକ ବେପାରୀ ଗିରଫ

କଟକ : ଯୋବ୍ରା ମାଛ ମାର୍କେଟ୍‌ରେ ଚାଲିଛି ବନ୍ଧୁକ ବିକ୍ରି। ଗତକାଲି ଦୁଇ ବ୍ୟବସାୟୀ ବନ୍ଧୁକ ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ମାଲ୍‌ଗୋଦାମ ଥାନା ପୁଲିସ ହାତରେ ଧରାପଡ଼ିଛନ୍ତି। ପୁଲିସ ସେମାନଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଦ୍ବୟ ମାଲ୍‌ଗୋଦାମ ତଳସାହିର କାଦୁଆ ଓରଫ ଦିପୁ ଓରଫ ଦେବଦତ୍ତ ସି˚ହ ବେହେରା(୨୨) ଏବ˚ ମାଲ୍‌ଗୋଦାମ ନଦୀକୂଳସାହିର ହାପି ଓରଫ ବିଶ୍ବଜିତ ମହାନ୍ତି(୨୯)। ବନ୍ଧୁକ କିଣିବାକୁ ଆସିଥିବା ଗ୍ରାହକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କୁହାଯାଉଛି। ବ୍ୟବସାୟୀଦ୍ବୟ ବିକ୍ରି କରିବାକୁ ଉଦ୍ୟମ କରୁଥିବା ଗୋଟିଏ ଦେଶୀ ବନ୍ଧୁକ ପୁଲିସ ଜବତ କରିଥିବା ସୂଚନା ମିଳିଛି।

ଗତକାଲି ରାତି ପ୍ରାୟ ୮ଟା ୩୦ ବେଳେ ଯୋବ୍ରା ମାଛ ମାର୍କେଟ୍‌ରେ ଉପରୋକ୍ତ ଦୁଇ ଅଭିଯୁକ୍ତ ବନ୍ଧୁକ ବିକ୍ରି କରିବାକୁ ଯୋଜନା କରୁଥିଲେ। ଏ ସ˚କ୍ରାନ୍ତରେ ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ କୌଣସି ସୂତ୍ରରୁ ଖବର ପାଇଥିଲେ। ଏସ୍‌ଆଇ ସୁନିଲ ଯାଦବଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍‌ ଚଢ଼ଉ କରିଥିଲେ। ବନ୍ଧୁକ ବ୍ୟବସାୟୀଦ୍ବୟ ଖସିଯିବାକୁ ଉଦ୍ୟମ କରିବାରୁ ପୁଲିସ ତାଙ୍କୁ କାବୁ କରି ନେଇଥିଲା। ପୂର୍ବରୁ ଦିପୁ ବିରୋଧରେ ମାଲ୍‌ଗୋଦାମ ଥାନାରେ ୨୦୧୭ ଏପ୍ରିଲ ୧୭ ତାରିଖରେ ଏକ ଡକାୟତି ମାମଲା ଥିବା ପୁଲିସ ରେକର୍ଡରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe