ଦୁଇ ବର୍ବର ହତ୍ୟାକାଣ୍ଡ

Advertisment
ଦୁଇ ବର୍ବର ହତ୍ୟାକାଣ୍ଡ

କଟକ-ବିଦ୍ୟାଧରପୁର/ଆଠଗଡ : କଟକର କନ୍ଦରପୁର ଏବଂ ଆଠଗଡ଼ ଅଞ୍ଚଳରେ ଦୁଇଟି ହତ୍ୟାକାଣ୍ଡ ଘଟିଛି। ଗୋଟିଏ ଘଟଣାରେ କଟକ ବିଦ୍ୟାଧରପୁର ଅଞ୍ଚଳର ଯୁବକ ସୁନିଲ ମହାରଣା (୨୭)ଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଏକ ଘଟଣାରେ ଆଠଗଡ଼ ରାଧାଗୋବିନ୍ଦପୁରର ଯଦୁମଣି ରାଉତ (୪୭)ଙ୍କର ଜୀବନ ଯାଇଛି।

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବାପ-ପୁଅଙ୍କ ସଂଘବଦ୍ଧ ଆକ୍ରମଣରେ ଯଦୁମଣିଙ୍କର ପ୍ରାଣ ଯାଇଥିବା ଅଭିଯୋଗ ହୋଇଛି। ଯଦୁମଣିଙ୍କ ସ୍ତ୍ରୀ ସଂଧ୍ୟାରାଣୀ ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ସୁନିଲଙ୍କ କ୍ଷତବିକ୍ଷତ ମୃତଦେହ କନ୍ଦରପୁର ରେଳ ଧାରଣା କଡ଼ରୁ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ସୁନିଲ ତାଙ୍କର ୩ ବଂଧୁଙ୍କ ସହ ଭୋଜି କରୁଥିଲେ। ରାତି ପ୍ରାୟ ସାଢ଼େ ଏଗାରଟା ବେଳେ କୌଣସି ଫୋନ୍‌ ପାଇ ସେ ବଂଧୁମାନଙ୍କୁ ଆସୁଛନ୍ତି ବୋଲି କହି ଚାଲି ଯାଇଥିଲେ। କିନ୍ତୁ ଆଜି ତାଙ୍କର ମୃତଦେହ ରେଳ ଧାରଣା ପାର୍ଶ୍ବରୁ ମିଳି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe