ନିଆରା କରୋନା ଯୋଦ୍ଧା; କୋଭିଡ୍‌ ଆରମ୍ଭ ହେବାଠାରୁ ଛୁଟି ନେଇ ନାହାନ୍ତି ହିମାଂଶୁ

Advertisment
ନିଆରା କରୋନା ଯୋଦ୍ଧା; କୋଭିଡ୍‌ ଆରମ୍ଭ ହେବାଠାରୁ ଛୁଟି ନେଇ ନାହାନ୍ତି ହିମାଂଶୁ

Sambad

କଟକ: କରୋନା ଆସିବା ଦିନରୁ ସରକାରୀ କଳଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି। ଏଭଳି ସମୟରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା କର୍ମଚାରୀମାନେ ପ୍ରକୃତ ଯୋଦ୍ଧା ଭାବେ ଆଗକୁ ଆସି ଏହାର ମୁକାବିଲା କରି ଚାଲିଛନ୍ତି। କେବଳ କରୋନା ରୋଗୀଙ୍କ ସେବା ନୁହେଁ, କରୋନା ସମୟରେ ଅନ୍ୟ ଅବହେଳିତ କିମ୍ବା ଦୁର୍ବଳ ଶ୍ରେଣୀର ରୋଗୀଙ୍କ କଥା ବୁଝିବାକୁ ଯେତେବେଳେ କେହି ଆଗଭର ନଥିଲେ, ସେତେବେଳେ ଅଳ୍ପ କିଛି କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରାଇଥିଲେ। ସେଭଳି ଜଣେ ଉତ୍ସର୍ଗୀକୃତ ସେବକ ହେଉଛନ୍ତି ହିମା˚ଶୁ ଶେଖର ମହାନ୍ତି। ହିମା˚ଶୁ ବର୍ତ୍ତମାନ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଷ୍ଟିୱାର୍ଡ ଭାବେ କାର୍ଯ୍ୟ କରୁଛନ୍ତି।

ଗତ ୪ବର୍ଷ ଧରି ସେ ଷ୍ଟିୱାର୍ଡ ଭାବେ କାର୍ଯ୍ୟ କରୁଥିଲାବେଳେ ଅନେକ ରୋଗୀଙ୍କ ସ˚ସ୍ପର୍ଶରେ ସିଧାସଳଖ ଆସିବା ସହ ଆଟେଣ୍ତାଣ୍ଟ୍‌ମାନଙ୍କ କଥା ବୁଝି ସହାୟତା ଯୋଗାଇ ଆସୁଛନ୍ତି। କରୋନା ସମୟ ଆରମ୍ଭ ହେବା ଦିନଠୁ ହିମା˚ଶୁଙ୍କ ସେବା ସମସ୍ତଙ୍କ ଚର୍ଚ୍ଚାକୁ ଆସିଥିଲା। କରୋନା ସମୟରେ ଅଣକୋଭିଡ୍‌ ରୋଗୀମାନଙ୍କୁ ଅନ୍ୟମାନେ ଦୃଷ୍ଟି ଦେଉ ନଥିବାରୁ ହିମାଂଶୁ ଡାକ୍ତରଙ୍କ ସହିତ ଯୋଗାଯୋଗ କରି ସେମାନଙ୍କ ପାଇଁ ଖାଦ୍ୟ, ପାଣି, ଔଷଧ, ବିଭିନ୍ନ ପରୀକ୍ଷା ଇତ୍ୟାଦିର ବ୍ୟବସ୍ଥା କରାଉଥିଲେ। ରୋଗୀଙ୍କ ସେବା ପାଇଁ ସେ ଛୁଟିଦିନମାନଙ୍କରେ ବି ମେଡିକାଲକୁ ଆସି ରୋଗୀଙ୍କ ଖବର ବୁଝାସୁଝା କରୁଛନ୍ତି। ସକାଳ ୭ରୁ ଘରୁ ବାହାରି ରାତି ୮ରୁ ୯ଟା ପରେ ଘରକୁ ଫେରିବା ତାଙ୍କର ନିତିଦିନିଆ ରୁଟିନ୍ ପାଲଟିଯାଇଛି। ଚାଉଳିଆଗଞ୍ଜ କୈବଲ୍ୟ ବିହାରରେ ରହୁଥିବା ହିମା˚ଶୁଙ୍କ ଏଭଳି କାର୍ଯ୍ୟରେ ପରିବାରର ସବୁବେଳେ ସମର୍ଥନ ରହିଆସିଛି। ତାଙ୍କର ଏଭଳି ସେବା ମନୋବୃତ୍ତି ପାଇଁ ଏକାଧିକ ସ˚ଗଠନ ପକ୍ଷରୁ ତାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ ମଧ୍ୟ କରାଯାଇଛି। ଶେଷ ପର୍ଯ୍ୟନ୍ତ ରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେବେବୋଲି ହିମା˚ଶୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe