କଟକ: କୃଷକ ବଜାର ପାଣିଟାଙ୍କିଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ

Advertisment
କଟକ: କୃଷକ ବଜାର ପାଣିଟାଙ୍କିଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ

କଟକ: କଟକ ବିଡ଼ାନାସିଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।  ବିଡାନାସି ଥାନା ଅନ୍ତର୍ଗତ କୃଷକ ବଜାର ପାଣିଟାଙ୍କିଠାରେ ଏକ ଅଜଣା ମୃତଦେହ ଠାବ ହୋଇଛି। ସ୍ଥାନୀୟ ଲୋକେ ଏକ ମହିଳାଙ୍କ ମୃତ ଶରୀର ପଡିଥିବା ଦେଖି ସ୍ଥାନୀୟ ବିଡାନାସି ଥାନାରେ ଖବର ଦେଇଥିଲେ। ଖବର ପାଇ ବିଡାନାସି ଥାନା ପୁଲିସ ଓ ଅତିରିକ୍ତ ଡିସିପି ପ୍ରମୋଦ ରଥ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାଅନୁଯାୟୀ, ବିଡାନାସି ଅଞ୍ଚଳରେ ଅଜଣା ମହିଳାଙ୍କ ମୃତ ଦେହ ଠାବ କଲେ ସ୍ଥାନୀୟ ଲୋକେ। ମୃତ ମହିଳା ଜଣଙ୍କର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବା ନେଇ ଅନୁମାନ କରାଯାଉଛି। ମହିଳା ଜଣଙ୍କର କୌଣସି ପରିଚୟ ମିଳିପାରିନାହିଁ। ମହିଳାଙ୍କ ମୃତ ଶରୀର ପାଖରେ ଏକ ଚାରି ଚକିଆ ଗାଡିର ଚକା ଦାଗ ସ୍ପଷ୍ଟ ଦେଖା ଯାଉଥିବା ବେଳେ ମଦ ବୋତଲ ମଧ୍ୟ ଠାବ କରାଯାଇଛି। ଘଟଣାସ୍ଥଳରେ ଡିସିପି ପିନାକ ମିଶ୍ର ପହଞ୍ଚି ଘଟଣାର ଖୋଳତାଢ଼ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe