ଆପାର୍ଟମେଣ୍ଟରୁ ୟୁଜର୍‌ ଫି’ ଆଦାୟରେ ପୌର ନିଗମ ଢିଲା

Advertisment

୬୫ ଆପାର୍ଟମେଣ୍ଟ୍‌ ଉପରେ ଗଡ଼ୁଛି ୭୩ ଲକ୍ଷ ଟଙ୍କା

୬୫ ଆପାର୍ଟମେଣ୍ଟ୍‌ ଉପରେ ଗଡ଼ୁଛି ୭୩ ଲକ୍ଷ ଟଙ୍କା

ନିଗମ ଅଧିକାରୀଙ୍କ ଘରୋଇ ସଂସ୍ଥା ପ୍ରୀତି, ନିୟମିତ ଦରମା ଦେଉ ନ ଥିବା ସଂସ୍ଥାକୁ ମାଫ୍‌

କଟକ: ପୌର ନିଗମର ଅଞ୍ଚଳରେ ଥିବା ୬୫ଟି ଆପାର୍ଟମେଣ୍ଟ ଉପରେ ୭୩ ଲକ୍ଷରୁ ଅଧିକ ଟଙ୍କାର ବାକି ୟୁଜର ଫି’ ଗଡୁଛି। ୟୁଜର ଫି’ ନଦେଲେ ନିଗମ ପକ୍ଷରୁ ଆପାର୍ଟମେଣ୍ଟ ଗୁଡିକ ଉପରେ କଡ଼ା ଅଭିମୁଖ୍ୟ ଗ୍ରହଣ କରାଯିବ ବୋଲି ୨୦୨୦ ମାର୍ଚ୍ଚରେ କୁହାଗଲା। ଏପରିକି ୟୁଜର ଫି’ ନଦେଲେ ପୌରନିଗମ ତରଫରୁ ଆପାର୍ଟମେଣ୍ଟରୁ ଅଳିଆ ଉଠାଯିବ ନ‌ାହିଁ ବୋଲି ଚେତାବନୀ ଦିଆଗଲା। ମାତ୍ର ଏହାକୁ ନିଗମ ପକ୍ଷରୁ ପାଳନ କରାଗଲା ନାହିଁ। ଏଭଳି ସ୍ଥିତିରେ ୭ବର୍ଷରୁ ଅଧିକ ବ‌ର୍ଷ ଧରି ବିଭିନ୍ନ ଆପାର୍ଟମେଣ୍ଟ ଉପରେ ଗଡି ଆସୁଥିବା ୟୁଜର ଫି’ ଆଦାୟ ନହୋଇ ପଡି ରହିଛି। ନିଗମର ଆୟ ବଢାଇବା ପାଇଁ ନିଗମ ପକ୍ଷରୁ ନାନା ପଦକ୍ଷେପ ନିଆଯାଉ ଥିବା ବେଳେ ବାକି ୟୁଜର ଫି’ ଆଦାୟ ନହୋଇ ପଡି ରହିବା ବିଷୟକୁ ନେଇ ସାଧାରଣରେ ଚର୍ଚ୍ଚା ହୋଇଛି। ପୌରନିଗମ ଅଞ୍ଚଳରେ ୧୨୦ରୁ ଅଧିକ ଆପାର୍ଟମେଣ୍ଟ ରହିଛି। ସେଥିମଧ୍ୟରୁ ୬୫ଟି ଆପାର୍ଟମେଣ୍ଟ ଉପରେ ୭୩ ଲକ୍ଷ ୩୨ ହଜାର ଟଙ୍କାର ୟୁଜର ଫି’ ବାକି ଗଡୁଥିବା ଲୋକାଲ ଫଣ୍ଡ ଅଡିଟ୍‌ରେ କୁହାଯାଇଛି। ୨୦୧୪ରୁ ଆପାର୍ଟମେଣ୍ଟ ଗୁଡିକ ଉପରେ ୟୁଜର ଫି’ ବାକି ଖାତ‌ାରେ ଗଡି ଆସୁଥିବା ବେଳେ ଏହାକୁ ଆଦାୟ କରିବାକୁ ନିଗମ ପକ୍ଷରୁ ଉଦ୍ୟମ କରିବାକୁ ଏଥିରେ କୁହାଯାଇଛି।

ନିଗମ ତରଫରୁ ଏହାକୁ ଆଦାୟ କରିବାକୁ ବିଭିନ୍ନ ସମୟରେ ନୂଆ ନୂଆ ନିୟମ କରାଯାଉଛି। ମାତ୍ର ଏହାକୁ କାର୍ଯ୍ୟକ୍ଷମ କରାଯାଉ ନଥିବାରୁ ଏହା ଆଦାୟ ହୋଇ ପାରୁନାହିଁ। ବକୈୟା ଫି’ ଦେବାକୁ ‌ନିଗମ ପକ୍ଷରୁ ବାରମ୍ବାର ଆପାର୍ଟମେଣ୍ଟର ପରିଚାଳନା କମିଟିକୁ ନୋଟିସ କରାଯାଉଛି। ମାତ୍ର ଅା‌ପାର୍ଟମେଣ୍ଟର କମିଟି ପକ୍ଷରୁ ଏହାକୁ ଗୁରୁତ୍ବ ଦିଆଯାଉ ନାହିଁ। ସେପଟେ ୨୦୨୦ ମାର୍ଚ୍ଚରେ ଉକ୍ତ ଫି’ ଅାଦାୟ ପାଇଁ ନିଗମ ଅଣ୍ଟା ଭିଡିଥିଲା। ଯେଉଁ ଆପାର୍ଟମେଣ୍ଟ ଗୁଡିକ ୨୦୨୦ ଏପ୍ରିଲ ଓ ଜୁନ୍‌ ସୁଧା ଫି’ ଦାଖଲ କରିବେ ନାହିଁ ସେମାନଙ୍କୁ ନିଗମ ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ସେବାକୁ ବନ୍ଦ କରି ଦିଆଯିବ ବୋଲି ପୌରନିଗମ ପକ୍ଷରୁ ଚିଠି ମାଧ୍ୟମରେ ଚେତାବନୀ ଦିଆଯାଇ ଥିଲା। ସେବାଗୁଡିକ ମଧ୍ୟରେ ଆପାର୍ଟମେଣ୍ଟରୁ ବାହାରୁ ଥିବା ଆବର୍ଜନା ନେବା, ଡ୍ରେନ ସଫେଇ, ଅଞ୍ଚଳର ସଫେଇ, ନିଗମ ପକ୍ଷରୁ ଯୋଗାଇ ଦିଆଯାଉଥିବା ଆଲୋକ, ପାଣି, ପାର୍କିଂ ସ୍ଥାନ ଆଦିର ସେବା ଓ ସୁଯୋଗକୁ ବନ୍ଦ କରି ଦିଆଯିବ ବୋଲି କୁହାଯାଇଥିଲା। ମାତ୍ର ଏହା ମଧ୍ୟରେ ଦୁଇ ବର୍ଷ ବିତି ଯାଇଥିଲେ ବି ଏହାକୁ ନିଗମ ପକ୍ଷରୁ ପାଳନ କରାଗଲା ନାହିଁ। ସହରର କେଉଁ ଆପାର୍ଟମେଣ୍ଟ ଉପରେ କେତେ ଟଙ୍କା ବାକି ପଡିଛି ଏହାର ତାଲିକା ମଗାଯାଇଛି। ତାଲିକା ମିଳିବା ପରେ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ତାହାକୁ ଟିକସ ଓ ଅର୍ଥ ଷ୍ଟାଣ୍ଡିଂ କମିଟିରେ ନିଷ୍ପତ୍ତି ନିଆଯିବ ବୋଲି କମିଟିର ଅଧ୍ୟକ୍ଷା ତଥା ଡେପୁଟି ମେୟର ଦମୟନ୍ତୀ ମାଝୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe