ଚାଉଳିଆଗଂଜ ସ୍ବାସ୍ଥ୍ୟକେନ୍ଦ୍ରରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ସ୍ବତନ୍ତ୍ର ଟିକାଦାନ

ରାଜ୍ୟରେ ୩୬୩୧ ନୂଆ କରୋନା ଆକ୍ରାନ୍ତ

di.ku.dk

କଟକ: ଚାଉଳିଆଗଂଜ ସ୍ବାସ୍ଥ୍ୟ କେନ୍ଦ୍ରରେ ସିଏମସି ପକ୍ଷରୁ ସ୍ବତନ୍ତ୍ର ଟିକାଦାନ କାର୍ଯ୍ୟକ୍ରମ ଜାରି ରହିଛି। ପୂର୍ବରୁ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ବସ୍ତିର ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାଦାନ ହେଉଥିବା ବେଳେ ଗଲା ଦୁଇ ଦିନ ଧରି ଭିନ୍ନକ୍ଷମ ଓ ୭୦ରୁ ଅଧିକ ବୟସର ବ୍ୟକ୍ତିଙ୍କ ଟିକାଦାନ କାର୍ଯ୍ୟକ୍ରମ ଜାରି ରହିଛି। ଦୁଇ ଦିନ ଭିତରେ ୩୦ ଜଣ ଏଭଳି ବ୍ୟକ୍ତି ଟିକା ନେଇ ସାରିଲେଣି। ଯେଉଁମାନେ ସିଏମସିର ସହାୟତା ଲୋଡୁଛନ୍ତି ସେମାନଙ୍କୁ ଗାଡିରେ ଆଣି ଟିକାଦାନ ପରେ ପୁଣି ଘରେ ଛାଡି ଦିଆଯାଉଛି।

ଅନ୍ୟପଟେ ନିଜ ବ୍ୟବସ୍ଥାରେ ଆସି ମଧ୍ୟ ଅନେକ ଏଠାରେ ଟିକା ନେଉଛନ୍ତି। ସିଏମସି କମିସନର ଅନନ୍ୟା ଦାସଙ୍କ ଆବାହକତ୍ବରେ ଆରେମ୍ଭ ଏହି ଅଭିଯାନକୁ ଆଗାମୀ ଦିନରେ ତ୍ବରାନ୍ବିତ କରାଯିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଅଧୀକ୍ଷକ ପି.କେ. ମଲ୍ଲିକ, ସିଓ ମନ୍ଦାକିନୀ ସେଠୀ, ସୂରଜ ପଟ୍ଟନାୟକ, ସୁବ୍ରତ ଦାସ ଦାସ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ପୂର୍ବତନ କର୍ପୋରେଟର ଚିରଂଜୟ ସାହୁ, ସ୍ଥାନୀୟ ବିଜେଡି ନେତା ପ୍ରକାଶ ଦାସ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe