କୋଭିଡ ଟିକା ସଂଜୀବନୀ ଭଳି କାମ ଦେଉଛି; ପ୍ରଥମ ଲହରରେ ଯାଇଥିଲା ୪୬ ପୁଲିସଙ୍କ ଜୀବନ, ଏଥର ଶୂନ

Advertisment
ସୁରକ୍ଷା ଦେଇପାରୁନି କି ଡବଲ୍ ଡୋଜ୍? ପ୍ରାଣ ହରାଇଲେଣି ଅନେକ ଡାକ୍ତର, ନେତା ଓ ପୁଲିସ

The Indian Express

କଟକ: କୋଭିଡକୁ ନେଇ ଏବେ କୋକୁଆ ଭୟ। ଟିକା ନେବାକୁ ପୂର୍ବରୁ ଆଗ୍ରହ କରୁ ନଥିବା ବ୍ୟକ୍ତି ଏବେ ଟିକା ନେବାକୁ ତତ୍ପର। ତେବେ କୋଭିଡ ବିରୋଧରେ ଲଢିବାକୁ କୋଭିଡ ଟିକା ଏବେ ସଂଜିବନୀ ଭଳି କାମ ଦେଉଛି। ଏ କଥା ତଥ୍ୟ କହୁଛି। ୨୦୨୦ କୋଭିଡର ପ୍ରଥମ ଲହର ବେଳେ ବହୁ ସଂଖ୍ୟାରେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଓଡ଼ିଶାରେ ପାଖାପାଖି ୪୬ ଜଣ ପୁଲିସ କୋଭିଡ ଯୋଦ୍ଧା କରୋନା‌‌ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ।

କୋଭିଡ ବେଳେ କର୍ତ୍ତବ୍ୟରତ ଥିବା ବେଳେ ସେମାନେ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡି ଥିଲେ। ମାତ୍ର ଏବେ କୋଭିଡ ଟିକା ସେମାନଙ୍କୁ ସୁରକ୍ଷା ଦେଇଛି। ଦୁଇ ଡୋଜ ଟିକା ନେଇଥିବା କୌଣସି ପୁଲିସ କର୍ମଚାରୀ ଏଯାଏ ଦ୍ବିତୀୟ ଲହରରେ ସେଭଳି ଗୁରୁତର ହୋଇ ନାହାନ୍ତି କି କାହାର ମୃତ୍ୟୁ ବି ଘଟି ନାହିଁ। ଏଡିଜି (ଆଇନଶୃଙ୍ଖଳା) ଯଶୱନ୍ତ ଜେଠୱା କହିବା ଅନୁଯାୟୀ କାଁ ଭାଁ ରାଜ୍ୟରେ ପୁଲିସ ସଂକ୍ରମିତ ହୋଇଥିଲେ ବି ପ୍ରାୟ ସମସ୍ତେ ସୁସ୍ଥ ହୋଇ ଗଲେଣି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe