ଦିନକ ପରେ ଆରମ୍ଭ ହେବ ‘ଭାଲେଣ୍ଟାଇନ୍ ସପ୍ତାହ’; ହୋଟେଲମାନଙ୍କରେ ସ୍ବତନ୍ତ୍ର କ୍ୟାଣ୍ତେଲ୍‌ ଲାଇଟ୍‌ ଡିନର୍‌ ଯୋଜନା

Advertisment

ଏନ୍‌ଗ୍ରେଭ୍‌ ଫଟୋ ଫ୍ରେମ୍‌ ଓ ମ୍ୟାଗନେଟିକ୍‌ ଲଭ୍‌ ଫ୍ରେମ୍‌ର ଅଧିକ ଚାହିଦା

ଏନ୍‌ଗ୍ରେଭ୍‌ ଫଟୋ ଫ୍ରେମ୍‌ ଓ ମ୍ୟାଗନେଟିକ୍‌ ଲଭ୍‌ ଫ୍ରେମ୍‌ର ଅଧିକ ଚାହିଦା

ଦିନକ ପରେ ଆରମ୍ଭ ହେବ ‘ଭାଲେଣ୍ଟାଇନ୍ ସପ୍ତାହ’; ହୋଟେଲମାନଙ୍କରେ ସ୍ବତନ୍ତ୍ର କ୍ୟାଣ୍ତେଲ୍‌ ଲାଇଟ୍‌ ଡିନର୍‌ ଯୋଜନା

Sambad

କଟକ: ଫେବ୍ରୁଆରି ୧୪ରେ ଭାଲେଣ୍ଟାଇନ ଡେ। କିନ୍ତୁ ଦିନକ ପରେ ଆରମ୍ଭ ହୋଇଯିବ ଭାଲେଣ୍ଟାଇନ ସପ୍ତାହ। ବର୍ଷକୁ ଥରେ ଏହି ସାତ ଦିନ ପ୍ରେମୀ ଯୁଗଳ ଓ ଦମ୍ପତି ସ୍ବତନ୍ତ୍ର ଢଙ୍ଗରେ ଏହି ସାତ ଦିନକୁ ପାଳିଥାନ୍ତି। ପ୍ରଥମ ଦିନ ରୋଜ ଡେ, ଦ୍ବିତୀୟ ଦିନ ପ୍ରପୋଜ ଡେ, ତୃତୀୟ ଦିନ ଚ‌େକାଲେଟ୍‌ ଡେ, ଚର୍ତୁଥ ଦିନ ଟେଡି ଡେ, ପଞ୍ଚମ ଦିନ ପ୍ରମିଜ୍‌ ଡେ, ଷଷ୍ଠ ଦିନ ହଗ୍‌ ଡେ, ସପ୍ତମ ଦିନ କିସ୍‌ ଡେ ଓ ସପ୍ତାହର ଶେଷ ଦିନକୁ ଭାଲେଣ୍ଟାଇନ୍‌ ଡେ ଭାବେ ପାଳନ କରାଯାଏ। ପ୍ରେମୀ ଯୁଗଳ, ନବ ଦମ୍ପତିଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏଥର ସହରର ବିଭିନ୍ନ ଗିଫ୍ଟ ଦୋକାନ ଓ ରେଷ୍ଟୁରାଣ୍ଟ ଏବେଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

publive-image Sambad

ସୂଚନା ଅନୁଯାୟୀ ଏଥର କାର୍ଡ଼ ଉଇଥ୍‌ ଚକୋଲେଟ୍‌ ଦର ୧୫୦ ଟଙ୍କାରୁ ୨୦୦ ଟଙ୍କା, ହାର୍ଟ ଚକୋଲେଟ ବକ୍ସ ଦର ୬୦ ଟଙ୍କା, ଭାଲେଣ୍ଟାଇନ କାର୍ଡ଼ ୫୦ ଟଙ୍କାରୁ ୫ଶହ ଟଙ୍କା, ଲଭ୍‌ ଟାଇମ ୩ଶହ ଟଙ୍କା, ଲଭ ଉଇଥ ସ୍ମାଇଲ ୬ଶହ ଟଙ୍କା, ହାର୍ଟ ବକ୍ସ ଉଇଥ ଟେଡ଼ି ଚକୋଲେଟ ୨ଶହରୁ ୨୫୦ ଟଙ୍କା, ଲଭ୍‌ ବକ୍ସ ୧ଶହ ରୁ ୩ଶହ ଟଙ୍କା, ଉଡ଼େନ୍‌ ଏନ୍‌ଗ୍ରେଭ ଫଟୋ ଫ୍ରେମ୍‌ ୫ଶହରୁ ୧ହଜାର ଟଙ୍କା, ଏକ୍ସପ୍ଲୋଏଜନ ବକ୍ସ ୬ଶହରୁ ୧ହଜାର ଟଙ୍କା, କୋଟେସନ୍‌ ‌ବଟଲ୍‌ ୪୮୦ ଟଙ୍କା, ଭାଲେଣ୍ଟାଇନ ପିଲୋ ୧୫୦ ଟଙ୍କାରୁ ୬ଶହ ଟଙ୍କା, ମ୍ୟାଜିକ୍‌ ମଗ୍‌ ୩୫୦ ଟଙ୍କା, ମ୍ୟା‌ଗନେଟିକ୍‌ ଲଭ୍‌ ଫ୍ରେମ୍‌ ୫ଶହ ଟଙ୍କା, କି’ ରିଙ୍ଗ ୭୦ ଟଙ୍କା, କପଲ ଟି-ସାର୍ଟ ୬ଶହ ଟଙ୍କା, ଲଭ ଷ୍ଟୋନ ୬ଶହ ଟଙ୍କା, ଏଲଇଡ଼ି ଫଟୋ ଫ୍ରେମ ୧୮ଶହ ଟଙ୍କା ରହିଛି। ଚଳିତବର୍ଷ ଏନ୍‌ଗ୍ରେଭ ଫଟୋ ଫ୍ରେମ୍‌ ଓ ମ୍ୟାଗନେଟିକ୍‌ ଲଭ୍‌ ଫ୍ରେମ ନୂଆ କରି ଆସିଥିବାରୁ ଏହାର ଚାହିଦା ଅଧିକ ରହିଛି। ସେହିଭଳି ଭାଲେଣ୍ଟାଇନ ସପ୍ତାହରେ କେକ୍‌ର ଚାହିଦା ଅଧିକ ରହିଥିବାରୁ ଚଳିତବର୍ଷ ନୂଆ କରି ଗ୍ରାହକଙ୍କ ପାଇଁ ରେଡ଼୍‌ ଭେଲଭେଟ୍‌ କେକ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe