ଭଟ୍ଟାରିକାଙ୍କ ପାଦ ଧୁଏ ମହାନଦୀ ବନ୍ୟାଜଳ

Advertisment
ଭଟ୍ଟାରିକାଙ୍କ ପାଦ ଧୁଏ ମହାନଦୀ ବନ୍ୟାଜଳ
କଟକ/ବଡ଼ମ୍ବା : ମହାନଦୀରେ ବନ୍ୟା ଆସିଲେ ପ୍ରଥମେ ବୁଡିଯାଏ ବଡମ୍ବାର ପ୍ରସିଦ୍ଧ ‌ଶକ୍ତିପୀଠ ଭଟ୍ଟାରିକା ମନ୍ଦିର। ହେଲେ ମହାନଦୀରେ ବନ୍ୟା, ଭଟ୍ଟାରିକା ମନ୍ଦିର ବୁଡିବା ଏକ ପରମ୍ପରା ଓ ସଂଯୋଗ ବୋଲି କୁହାଯାଏ। ବିଶ୍ବାସ ରହିଛି ଗଙ୍ଗାଦେବୀ ମା’ଙ୍କ ପାଦ ଧୌତ କଲେ ମା’ ଖୁସି ହୁଅନ୍ତି। ତେଣୁ ପ୍ରତିବର୍ଷ ମହାନଦୀର  ବଢି ପାଣି ମନ୍ଦିରରେ ପ୍ରବେଶ କରି ମା’ଙ୍କ ପାଦଧୌତ କରେ। ପାଣି ପଶିବା ସମୟରେ ଖୁବ୍‌ ଜୋରରେ ଶଦ୍ଦ ହୁଏ, କିନ୍ତୁ ମନ୍ଦିରର କିଛି ବି କ୍ଷତି ଘଟେନି। ମନ୍ଦିରରେ ପାଣି ପଶିବା ପରେ ହିଁ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ସ୍ଥାନାନ୍ତର କରାଯାଏ। ହେଲେ ଯେବେ ମନ୍ଦିରରେ ବନ୍ୟାପାଣି ପଶେନି ସେହି ବର୍ଷ ମା’ଙ୍କର ସ୍ବତନ୍ତ୍ର ନୀତି କରାଯାଏ।  ସେହି ନୀତି ହେଲା ‘ଜଳଛାୟୀ ନୀତି’। ଅର୍ଥାତ୍‌ ମା’ଙ୍କୁ ଦାନ୍ତୁଆଣି,  ମାର୍ଜନା, ଘର୍ଷଣ କରାଯାଏ। ତାପରେ ମହାନଦୀରୁ ପାଣି ଅଣାଯାଇ ୩/୪ଘଣ୍ଟା ଧରି ମା’ଙ୍କ ମସ୍ତକରୁ ପାଦ ପର୍ଯ୍ୟନ୍ତ ଧୌତ କରାଯାଏ। ଏହାପରେ ଭକ୍ତମାନେ ଚାରିକଡରେ ଭକ୍ତମ‌ାନେ ଶୋଇ ରହିଥିବା ବେଳେ କରାଯାଇଥିବା ବନ୍ଧକୁ ଭାଙ୍ଗି ଦିଆଯାଏ। ଫଳରେ ମା’ଙ୍କ ଗାଧୁଆ ପାଣି ଭକ୍ତଙ୍କ ଉପରେ ପଡେ ଓ ସେମାନଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି।
publive-image
୨୦୧୭, ୨୦୧୮ ଦୁଇ ବର୍ଷ ପାଇଁ ମା’ଙ୍କ ମନ୍ଦିରରେ ବନ୍ୟାପାଣି ପଶିନଥିବାରୁ ଏହି ସ୍ବତନ୍ତ୍ର ନୀତି କରାଯାଇଥିବା ଭଟ୍ଟାରିକାଙ୍କ ମୁଖ୍ୟ ପୂଜକ  ସିରିଶ ରଣା ସୂଚନା ଦେଇଛନ୍ତି। ଶ୍ରୀ ରଣା କହିଛନ୍ତି ଯେ ମହାନଦୀରେ ବନ୍ୟା ଆସିବା ମା‌ତ୍ରେ ଆମକୁ ଯେ କୌଣସି ମାଧ୍ୟମରେ ହେଉ ମା’ ପୂର୍ବ ସୂଚନା ଦେଇ‌ଥାନ୍ତି। ଫଳରେ ଆମେ ସେଠାରେ ରାତି ଉଜାଗର ରହି ପାଣି ଉପରେ ଲକ୍ଷ୍ୟ ରଖିଥାଉ। ପ୍ରଥମରୁ କବାଟ ତଥା ମା’ଙ୍କ ବିଭିନ୍ନ ସାଜସରଞ୍ଜାମକୁ ସ୍ଥାନାନ୍ତର କରିଥାଉ। କିନ୍ତୁ ମା’ଙ୍କୁ ସ୍ଥାନାନ୍ତର କରାଯାଏ ନାହିଁ। କାରଣ ମନ୍ଦିର ଭିତରେ ପାଣି ପ୍ରବେଶ କରିବା ଓ ମା’ଙ୍କ ଚଳନ୍ତି ପ୍ରତିମା ବୁଡିଯିବା ପରେ ମା’ଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଏ। ୨୦୦୪ରୁ ମନ୍ଦିରର ମୁଖ୍ୟ ପୂଜକଭାବେ ଦାୟିତ୍ବ ତୁଲାଇ ଆସୁଥିବା ଶ୍ରୀ ରଣାଙ୍କ କହିବା ସହ ଜଳଛାଇ ନୀତିରେ ୩/୪ଘଣ୍ଟା ପର୍ଯ୍ୟନ୍ତ ୬୦/୭୦ଜଣ ସେବାୟତ ନୀତିରେ ଲାଗିଥାନ୍ତି।
ଚଳିତବର୍ଷ ମହାନଦୀର ପ୍ରଥମ ବନ୍ୟାଜଳ ଗତକାଲି ମନ୍ଦିରରେ ପ୍ରବେଶ କରିଛି। ରାତି ପ୍ରାୟ ସାଢେ ୧୨ଟାରେ ମୁଖଶାଳାରେ ଓ ରାତି ଗୋଟାଏ ମନ୍ଦିର ଭିତରେ ପାଣି ପ୍ରବେଶ କରିଥିବା ମୁଖ୍ୟପୂଜକ ସୂଚନା ଦେଇଛନ୍ତି। ଫଳରେ ମା’ଙ୍କ ପାଇଁ ତିଆରି ହୋଇଥିବା ନୂତନ ଆଶ୍ରୟସ୍ଥଳୀରେ ମା’ଙ୍କୁ ରଖାଯାଇ ତାଙ୍କ ନୀତିକାନ୍ତି କରାଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe