ବର୍ଷାଙ୍କ ରୁମରେ ପଶି ଭିଡିଓ ରେକର୍ଡିଂ କରୁଥିବା ୨ଯୁବକଙ୍କୁ ପୁରୀଘାଟ ଥାନାରେ ହାଜର ହେବାକୁ ନୋଟିସ୍

Advertisment
ବର୍ଷାଙ୍କ ରୁମରେ ପଶି ଭିଡିଓ ରେକର୍ଡିଂ କରୁଥିବା ୨ଯୁବକଙ୍କୁ ପୁରୀଘାଟ ଥାନାରେ ହାଜର ହେବାକୁ ନୋଟିସ୍

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ରୁମରେ ପଶି ୨ଜଣ ଯୁବକ ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଆଜି ଉକ୍ତ ୨ଯୁବକଙ୍କୁ ପୁରୀଘାଟ ଥାନାରେ ହାଜର ହେବାକୁ ନୋଟିସ ହୋଇଛି। ଏହି ଦୁଇଜଣ ଯୁବକ ବର୍ଷାଙ୍କ ରୁମରେ ପଶି ଖାଇବା ସମୟରେ ଭିଡିଓ ରେକର୍ଡିଂ କରୁଥିବା ଦେଖିବାକୁ ମିଳିଥିଲା। ଏହି ଦୁଇ ଯୁବକ ଅନୁଭବଙ୍କ ସହଯୋଗୀ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଗତକାଲି ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ଅନୁଭବଙ୍କ ୨ ସହଯୋଗୀ ବର୍ଷାଙ୍କ ଅନିଚ୍ଛା ସତ୍ୱେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ବର୍ଷା ଏଥିରେ ଭୟଭୀତ ହୋଇ ପୁଲିସ କଣ୍ଟ୍ରୋଲ ରୁମ୍ ନମ୍ବର ୧୦୦କୁ ଫୋନ୍ କରି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ।

publive-image

ଅଭିଯୋଗ ପାଇବା ପରେ  ଡିସିପି ପ୍ରତୀକ ସିଂହ ପୁରୀଘାଟ ଥାନା ଆଇଆଇସି ରଶ୍ମି ରଞ୍ଜନ ସାହୁଙ୍କୁ ଅପରାହ୍ନ ପ୍ରାୟ ୪ଟା ବେଳେ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେବା ପରେ ପୁରୀଘାଟ ଥାନାର ଦୁଇ ଜଣ ପୁଲିସ ଅଫିସର ତୁରନ୍ତ ନନ୍ଦୀ ସାହିରେ ପହଞ୍ଚିଥିଲେ। ପରେ ପରେ ମହିଳା ଥାନା ଆଇଆଇସି ଅନସୂୟା ନାୟକ ଏବଂ ଅନ୍ୟ ଜଣେ ମହିଳା କର୍ମଚାରୀ ପହଞ୍ଚି ଘଟଣା ସମ୍ପର୍କରେ ବର୍ଷାଙ୍କୁ ପଚାରି ବୁଝିଥିଲେ। ପ୍ରାୟ ୨ ଘଣ୍ଟା କାଳ ପୁଲିସ ଅନୁଭବଙ୍କ ଘରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe