କଟକରେ ପୁଣି ଚିନ୍ତା ବଢ଼ାଇଲେ ବିଦେଶ ଫେରନ୍ତା, ଦୁଇ ସଂକ୍ରମିତ ଚିହ୍ନଟ; ଓମିକ୍ରନ୍‌ ଅନୁଶୀଳନ ପାଇଁ ପଠାଗଲା

କଟକରେ ପୁଣି ଚିନ୍ତା ବଢ଼ାଇଲେ ବିଦେଶ ଫେରନ୍ତା, ଦୁଇ ସଂକ୍ରମିତ ଚିହ୍ନଟ; ଓମିକ୍ରନ୍‌ ଅନୁଶୀଳନ ପାଇଁ ପଠାଗଲା

photo-gov.uk

କଟକ: କଟକରେ ପୁଣି ଚିନ୍ତା ବଢାଇଛନ୍ତି ବିଦେଶ ଫେରନ୍ତା। ଦୁଇ ଜଣ ବିଦେଶ ଫେରନ୍ତା କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କଠାରେ ‘ଓମିକ୍ରନ୍‌’ ଭୂତାଣୁ ରହିଛି ନା ନାହିଁ ତାର ଜିନ୍ ଅନୁଶୀଳନ ପାଇଁ ଆଇଏଲ୍‌ଏସ୍‌କୁ ପଠାଯାଇଛି। ଅନ୍ୟପଟେ ସେମାନଙ୍କୁ ରାତି ସୁଦ୍ଧା କଟକର ଘରୋଇ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ସ୍ବାସ୍ଥ୍ୟ ବିଭାଗ ଯୋଜନା କରୁଥିବା ଜିଲ୍ଲା କୋଭିଡ୍‌ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ୩ ଦିନ ତଳେ ସିଡିଏ ଅଞ୍ଚଳର ଜଣେ ଯୁବକ ଫ୍ରାନ୍ସରୁ ଫେରିଥିଲେ। ତାଙ୍କଠାରେ ଥଣ୍ଡା ଓ ବିଭିନ୍ନ ଲକ୍ଷଣ ଥିବାରୁ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା।

ତାଙ୍କର ରିପୋର୍ଟ ଆଜି ପଜିଟିଭ୍‌ ଆସିଛି। ସେହିପରି କାଜିବଜାର ଅଞ୍ଚଳର ଜଣେ ଯୁବକ ଫିନ୍‌ଲାଣ୍ଡରୁ ଆସିଥିବା ବେଳେ ତାଙ୍କର ମଧ୍ୟ ରିପୋର୍ଟ ପଜିଟିଭ୍‌ ଆସିଛି। ତାଙ୍କର ବି ଜିନ୍‌ ଅନୁଶୀଳନ ପାଇଁ ଆଇଏଲ୍‌ଏସ୍‌କୁ ପଠାଯାଇଛି। ପୂର୍ବରୁ କଟକର ଏକ ହୋଟେଲରେ ଥିବା ନାଇଜେରିଆ ଫେରନ୍ତା ଜଗତସିଂହପୁରର ଯୁବକ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe