ଜଳବନ୍ଦିରେ ନୂଆପଡ଼ା ଶିଳ୍ପାଞ୍ଚଳ; ୩୩ କାରଖାନାରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି

Advertisment
ଜଳବନ୍ଦିରେ ନୂଆପଡ଼ା ଶିଳ୍ପାଞ୍ଚଳ; ୩୩ କାରଖାନାରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି

Sambad

କଟକ/ବିଦ୍ୟାଧରପୁର: ଆଜିର ବର୍ଷାରେ ନୂଆପଡ଼ା ଶିଳ୍ପାଞ୍ଚଳରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ନୂଆପଡ଼ା ଛକରୁ ପ୍ରେସ୍‌ ଛକ ପର୍ଯ୍ୟନ୍ତ ଅଞ୍ଚଳରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି। ବର୍ଷାପାଣି ଯୋଗୁଁ ପ୍ରାୟ ୩୩ଟି କାରଖାନାରେ ନର୍ଦ୍ଦମା ପାଣି ପଶିଯିବାରୁ ଅଫିସ ଓ କାରଖାନାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ଯାବତୀୟ ଜିନିଷ ନଷ୍ଟ ହୋଇଯାଇଥିବା ଶିଳ୍ପାଞ୍ଚଳର ନୃସିଂହ ଚରଣ ରାଉତ, ଅଜୟ ବିଶ୍ବାଳ, ବେଣୁଧର ମହାନ୍ତି, ଅଶୋକ କୁମାର ସ୍ବାଇଁ, ଭାଗୀରଥି ବରାଳ, ଦୀପକ କୁମାର ସେନାପତି, ପ୍ରଦୀପ କୁମାର ରାଉତରାୟ ଅଭିଯୋଗ କରିଛନ୍ତି। ଏଠାରେ ଛୋଟ-ବଡ଼ କାରଖାନା ସହ ସରକାରୀ ପ୍ରେସ୍‌, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ଗୋପାଳନ କେନ୍ଦ୍ର, ବତକ ପ୍ରଜନନ କେନ୍ଦ୍ର, ପୋଷ୍ଟ ଅଫିସ୍‌, ଶିଳ୍ପାଞ୍ଚଳ ବିଦ୍ୟୁତ ଅଫିସ, ନିଶା ନିବାରଣ କେନ୍ଦ୍ର, ଶିଳ୍ପ ସଂଘ ପ୍ରଭୃତି ରହିଛି। ଏହି ନର୍ଦ୍ଦମା ପାଣି ଏମ୍ ଏମ୍ ଡବ୍ଲୁ-୧ ନାଳରେ ନିଷ୍କାସନ ପାଇଁ ଡ୍ରେନ ନାହିଁ।

ପ୍ରେସ୍ ଛକ ଠାରୁ ନୂଆପଡ଼ା ଆସିବାକୁ ରାସ୍ତାର ଦୁଇ ପାର୍ଶ୍ଵରେ ଡ୍ରେନ ଅଧା ବାଟରେ ବନ୍ଦ। ଦୁଇ/ଚାରିଦିନ ପୂର୍ବରୁ ମଧ୍ୟ ଏହି ସମାସ୍ୟା ଉପୁଜିଥିବା କର୍ପୋରେଟର୍‌ଙ୍କ ସମେତ ଅନ୍ୟାନ୍ୟ ଶିଳ୍ପାଞ୍ଚଳ ମାଲିକମାନେ ଅଭିଯୋଗ କରିଥିଲେ। କିନ୍ତୁ ସିଏମ୍‌ସି ପକ୍ଷରୁ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ କୈାଣସି ପମ୍ପ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ଶିଳ୍ପାଞ୍ଚଳବାସୀ। ଶିଳ୍ପାଞ୍ଚଳର ଗଳିକନ୍ଦି ଓ ରାସ୍ତାରେ ଆଣ୍ଠୁଏ ଉଚ୍ଚର ନର୍ଦ୍ଦମା ପାଣି ଲହଡ଼ି ଖେଳୁଛି। ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କର୍ମଚାରୀ ଓ ମାଲିକମାନେ। ଏଭଳି ପରିସ୍ଥିତିରେ କାରଖାନା କେମିତି ଚାଲିବ ବୋଲି ଓଇଆ, ଓଇସା ସଂଘର କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe