Dangerous Zika Infected Mosquito Bite on Yellow Background. Leishmaniasis, Encephalitis, Yellow Fever, Dengue, Malaria Disease, Mayaro or Zika Virus Infectious Culex Mosquito Parasite Insect Macro.
କଟକ-ଜଗତପୁର: କରୋନାର ଚତୁର୍ଥ ଲହର ଓ ଡେଙ୍ଗୁକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପ୍ରଶାସନ ଓ ପୌର ନିଗମ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି। ଏପରିକି, ଜଗତପୁରର କେତେକ ଘରୋଇ ସଂସ୍ଥା ମଧ୍ୟ ନିଜ କର୍ମଚାରୀମାନଙ୍କୁ ଏ ସମ୍ପର୍କରେ ସଚେତନ କରୁଛନ୍ତି। ହେଲେ, ଜଗତପୁରର ବିଭିନ୍ନ ବସ୍ତି ଓ ଶିଳ୍ପାଞ୍ଚଳରେ ରହୁଥିବା ଶ୍ରମିକ ଓ ସେମାନଙ୍କ ପରିବାରକୁ ସିଏମ୍ସି ପକ୍ଷରୁ ଏ ନେଇ ସଚେତନ କରାଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉଲ୍ଲେଖ ଥାଉ କି, ୨୦୧୬ ମସିହାରେ ଜଗତପୁରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବାଧିକ ଡେଙ୍ଗୁ ପ୍ରବଣ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଜଗତପୁର ଶିଳ୍ପାଞ୍ଚଳରେ ହଜାର ହଜାର ସଂଖ୍ୟାରେ ଶ୍ରମିକ କାର୍ଯ୍ୟରତ ଥିବା ବେଳେ ୧୫ରୁ ଅଧିକ ବସ୍ତିରେ ହଜାର ହଜାର ଲୋକ ରହୁଛନ୍ତି। ବର୍ଷା ଲାଗି ରହିଥିବାରୁ ବସ୍ତିଗୁଡ଼ିକରେ ପାଣି ଜମି ଡେଙ୍ଗୁ ବ୍ୟାପିବାର ଆଶଙ୍କା ଦେଖା ଦେଲାଣି।
ହେଲେ, ପୌର ନିଗମ ପକ୍ଷରୁ ଏହି ଅଞ୍ଚଳର ଲୋକମାନଙ୍କୁ ସଚେତନ କରିବା ପାଇଁ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇନି। ଘରୋଇ ସଂସ୍ଥା ପରିସରର ସଭାଗୃହରେ ଗୋଟିଏ/ଦୁଇଟି କାର୍ଯ୍ୟକ୍ରମ କରି ସିଏମ୍ସି ନିଜ ଦାୟିତ୍ବ ସାରି ଦେଉଥିବା ଦେଖାଯାଉଛି। ଶିଳ୍ପାଞ୍ଚଳ ମଧ୍ୟରେ ଗଦା ଗଦା ଆବର୍ଜନା ସାଙ୍ଗକୁ କାରଖାନାର ନିର୍ଗତ ବର୍ଜ୍ୟଜଳ ଏବଂ ପରିତ୍ୟକ୍ତ ଅବସ୍ଥାରେ ଥିବା ଅଚଳ କାରଖାନାର ପରିବେଶ ଡେଙ୍ଗୁ ପାଇଁ ବର୍ଷାଦିନେ ଅନୁକୂଳ ହୋଇଥିବାରୁ ତୁରନ୍ତ ଅଞ୍ଚଳର ପରିବେଶ ସୁଧାରିବା ସହ ସଚେତନ କାର୍ଯ୍ୟକ୍ରମ କରିବାକୁ ସାଧାରଣରେ ଦାବି ହେଉଛି।
Follow Us