ମୁଁ କାହିକି ପ୍ରାର୍ଥୀ ହେଲି....ୱାର୍ଡର ପ୍ରତିଟି ସମସ୍ୟା ମୋ ପାଇଁ ଗୁରୁତ୍ବପୂର୍ଣ୍ଣ

ମୁଁ କାହିକି ପ୍ରାର୍ଥୀ ହେଲି....ୱାର୍ଡର ପ୍ରତିଟି ସମସ୍ୟା ମୋ ପାଇଁ ଗୁରୁତ୍ବପୂର୍ଣ୍ଣ

Sambad

କଟକ: ବିଜେପି ନଗର ଜିଲ୍ଲା ଯୁବ ମୋର୍ଚ୍ଚାର ପୂର୍ବତନ ସାଧାରଣ ସଂପାଦକ ତଥା ଯୁବ ସମାଜସେବୀ ଗଗନ ଓଝା ଚଳିତ ଥର ସିଏମ୍‌ସି ୱାର୍ଡ ନମ୍ବର ୨୬ରୁ ବିଜେପି କର୍ପୋରେଟର ପ୍ରାର୍ଥୀ ହୋଇଛନ୍ତି। କରୋନା ମହାମାରୀ ସମୟରେ ସମାଜପ୍ରତି ତାଙ୍କର ଥିବା ଦାୟିତ୍ବକୁ ସେ ଦେଖାଇଛନ୍ତି। ସେ ନିଜର ପ୍ର‌ାର୍ଥିତ୍ବ ସଂପର୍କରେ ଯାହା କହନ୍ତି...... ବିଜେପି ନଗର ଜିଲ୍ଲା ଯୁବ ମୋର୍ଚ୍ଚାର ସାଧାରଣ ସଂପାଦକ ଭାବେ ବହୁ ବ‌ର୍ଷ ଧରି କାମ କରିଛି। ଦଳ ଭିତରେ ରହି ସମସ୍ତଙ୍କୁ ସାଙ୍ଗରେ ନେଇ ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଁ ଦଳ ପାଇଁ କାମ କରିଛି। ୱାର୍ଡ ବାସିନ୍ଦାଙ୍କ ସହିତ ମୁଁ ସବୁ ବେଳେ ରହି ଆସିଛି। ୱାର୍ଡର ପ୍ରତ୍ୟେକ ସମସ୍ୟାକୁ ଗୁରୁତ୍ବ ଦେଇ ତାହାର ସମାଧାନ କରିବାକୁ ଉଦ୍ୟମ କରିବା ସହ ଏହାକୁ ସିଏମ୍‌ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିଥାଏ। ୱାର୍ଡରେ ରାସ୍ତା, ଆଲୋକ, ଡ୍ରେନ, ମଶା, ଜଳବନ୍ଦୀ ପରି ଅନେକ ସମସ୍ୟା ରହିଛି।

ଏହାର ସମାଧାନ ପାଇଁ ୱାର୍ଡବାସୀ ଯେଉଁମାନଙ୍କୁ ସିଏମ୍‌ସି କାଉନସିଲକୁ ବିଗତ ଦିନରେ ପଠାଇ ଥିଲେ ସେମାନେ ଏ ଦିଗରେ କିଛି କରିଲେ ନାହିଁ। ସରକାର ଶହ ଶହ ଯୋଜନା କରିଛନ୍ତି। ହେଲେ ଅଳ୍ପ କିଛି ରାସନ କାର୍ଡକୁ ଛାଡି ଦେଲେ ୱାର୍ଡବାସୀଙ୍କ ପାଖରେ ଅଧିକ କିଛି ପହଞ୍ଚି ନାହିଁ। ୱାର୍ଡରେ ୮ଶହରୁ ଅଧିକ ଲୋକ ଶ୍ରମିକ ଶ୍ରେଣୀର ହୋଇଥିଲେ ବି ଜଣଙ୍କ ନାମରେ ଶ୍ରମ ବା ଲେବର କାର୍ଡ ନାହିଁ। ୱାର୍ଡରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଅନ୍ୟ ନାମରେ ଦିଆଯାଉ ଥିବା ବେଳେ ୱାନ୍‌ ନେସନ୍‌-ୱାନ୍‌ ରାସନ୍‌ ଯୋଜନାକୁ ମଧ୍ୟ ଆଉ କାହା ନାମରେ ଦେଖାଯାଉଛି। ୱାର୍ଡର ଅନେକ ବରିଷ୍ଠଙ୍କ ନାମରେ ଏବେ ବି ଭତ୍ତା କାର୍ଡ ନାହିଁ। ଶଗଡ଼ିଆ ସାହିରୁ ଆରମ୍ଭ କରି ୱାର୍ଡର ୮୦ ପ୍ରତିଶତ ଅଞ୍ଚଳବାସୀ ଜଳବନ୍ଦୀ ସମସ୍ୟା ଭୋଗୁଥିବା ବେଳେ କେହି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ୱାର୍ଡର ଜଳବନ୍ଦୀ, ପରିମଳ, ରାସ୍ତା, ଆଲୋକ, ନୂତନ ଡ୍ରେନ ନିର୍ମାଣ, ସଫେଇ, ଲେବର କାର୍ଡ, ଭତ୍ତା କାର୍ଡ ପରି ବିଷୟ ମୋ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ। ଏହା ଉପରେ କାମ କରିବାକୁ ୱାର୍ଡବାସୀ ମୋ ଉପରେ ଭରସା ରଖି ଚଳିତ ନିର୍ବାଚନରେ ମୋତେ ଜିତାଇବାକୁ ନିବେଦନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe