ଟିକାକରଣ ପାଇଁ ମାଗଣାରେ ସ୍ଲଟ ବୁକିଂ କରୁଛନ୍ତି ରଞ୍ଜନ 

Advertisment
ଟିକାକରଣ ପାଇଁ ମାଗଣାରେ ସ୍ଲଟ ବୁକିଂ କରୁଛନ୍ତି ରଞ୍ଜନ 

କଟକ: ଟିକା ପାଇଁ ଅନଲାଇନ ଜରିଆରେ ସ୍ଲଟ ବୁକିଂ ପାଇଁ ସଂଘର୍ଷ କରୁଛନ୍ତି ଲୋକେ। ଅଧିକାଂଶ ଲୋକ ଅନଲାଇନ୍ ବ୍ୟବସ୍ଥା ସହ ଅଭ୍ୟସ୍ତ ନ ଥିବାରୁ ଟିକା ନେବାରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ଲୋକଙ୍କ ପାଇଁ ଏବେ ସହଯୋଗର ହାତ ବଢାଇଛନ୍ତି କଟକର ରଂଜନ କୁମାର ସେଠୀ। କଟକ ଦେଉଳସାହିରେ ରହୁଥିବା ସ୍ବର୍ଗତ କାର୍ତ୍ତିକ ସେଠୀ ଓ ଫୁଲ ସେଠୀଙ୍କ ପୁଅ ରଂଜନ କୁମାର ସେଠୀ ଜଣେ କ୍ୟାଫେ ବ୍ୟବସାୟୀ। ସିଡିଏ ୬ ନମ୍ବର ମାର୍କେଟ କଂପ୍ଲେକ୍ସରେ ଥିବା ସିଫି ଆଇୱେ ନାମକ ଇଣ୍ଟରନେଟ କ୍ୟାଫେ କରିଥିବା ରଞ୍ଜନ ଦିନକୁ ପ୍ରାୟ ୧୦ ରୁ ୧୫ ଜଣଙ୍କ ପାଇଁ ଟିକା ପଞ୍ଜିକରଣ ଓ ସ୍ଲଟ ବୁକିଂ କରୁଛନ୍ତି।

ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନିୟମ ଅନୁଯାୟୀ ଦିନ ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ଏହି ସମୟ ମଧ୍ୟରେ ଦୋକାନ ଖୋଲା ସେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବ୍ୟବସାୟ କରିବା ସହ ସେ ଏହି ନିଶୁଳ୍କ ସ୍ଲଟ ବୁକିଂ ସେବା ମଧ୍ୟ ଯୋଗାଇ ଦେଉଛନ୍ତି। ଏବଂ ୧୧ ଟାରେ ଦୋକାନ ବନ୍ଦ ହେବା ପରେ ମଧ୍ୟ୍ୟ କୌଣସି ବ୍ୟକ୍ତି ଯୋଗାଯୋଗ କଲେ ଘରେ ରହି ମଧ୍ୟ ସେ ସ୍ଲଟ ବୁକିଂ ସୁବିଧା ଯୋଗାଇ ଦେଇଥାନ୍ତି। ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକଙ୍କ ପାଇଁ ଏହିଭଳି ଭାବରେ ମାଗଣାରେ ସେ ସ୍ଲଟ ବୁକିଂ କରି ସାରିଲେଣି ଏବଂ ଆଗାମୀ ଦିନରେ ମଧ୍ୟ ସେ ଏହି କାର୍ଯ୍ୟ ବଜାୟ ରଖିବେ ବୋଲି ରଂଜନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe