Sambad
କଟକ: ‘ଆଜାଦିକା ଅମୃତ ମହୋତ୍ସବ’ ଅବସରରେ ପ୍ରଜପିତା ଈଶ୍ୱରୀୟ ବ୍ରହ୍ମକୁମାରୀ କଟକ ଶାଖା ପକ୍ଷରୁ ଦିନିକିଆ କର୍ମଶାଳା ଆୟୋଜନ ହୋଇଯାଇଛି। ବିଶେଷ ଭାବେ ଗଣମାଧ୍ୟମର ପ୍ରତିନିଧିଙ୍କୁ ନେଇ ‘ବିକଶିତ ଭାରତ ପାଇଁ ସମାଧାନ ଯୁକ୍ତ ଗଣମାଧ୍ୟମ’ ଶୀର୍ଷକ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ମାଉଣ୍ଟ ଆବୁ ଠାରେ ଥିବା ମିଡ଼ିଆ ବିଭାଗର ରାଷ୍ଟ୍ରୀୟ ସଂଯୋଜକ ବି.କେ ସୁଶାନ୍ତ, ସମ୍ମାନିତ ଅତିଥି ରୂପେ ଦିଲ୍ଲୀ ଡି ଡି ନ୍ୟୁଜର ବରିଷ୍ଠ ସାମ୍ବାଦିକ ମନୀଷ ବାଜପୟୀ, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ଫରିଦାବାଦର ଆଧ୍ୟାତ୍ମିକ ବକ୍ତା ବି.କେ ପୁନମ, କଟକ ଆଶ୍ରମର ବି.କେ ସୁଲୋଚନା ପ୍ରମୁଖ ଯୋଗ ଦେଇଥିଲେ।
Sambadଝାଞ୍ଜିରୀମଙ୍ଗଳା ଆଶ୍ରମର ମୁଖ୍ୟ ବି.କେ କମଲେଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଅତିଥିମାନେ ବିକଶିତ ଭାରତରେ ସମାଧାନ ଯୁକ୍ତ ଗଣମାଧ୍ୟମର ଭୂମିକା ଶୀର୍ଷକ ବିଷୟବସ୍ତୁ ଉପରେ ଅତିଥିମାନେ ଆଲୋକପାତ କରିଥଲେ। କଟକରେ ଶୁଭାରମ୍ଭ ହୋଇଥିବା ଏହି ରାଜ୍ୟସ୍ତରୀୟ କର୍ମଶାଳାରେ କଟକ ଜିଲ୍ଲାର ବିଭିନ୍ନ ସ୍ଥାନର ଗଣମାଧ୍ୟମ ପ୍ରତିନିଧିମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ।
Follow Us