କଟକ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ; ଏକ୍ସରେ ଅନ୍ ହ୍ବିଲ୍

କୋଭିଡ୍ କେୟାର ସେଣ୍ଟର; ଘରେ ଥିବା ରୋଗୀଙ୍କ ପାଇଁ ଏକ୍ସରେ ବ୍ୟବସ୍ଥା

କଟକ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ; ଏକ୍ସରେ ଅନ୍ ହ୍ବିଲ୍

Sambad

କଟକ: କଟକ ଜିଲ୍ଲାରେ କୋଭିଡ୍ କେୟାର ସେଣ୍ଟର ଏବଂ ଗୃହ ସଙ୍ଗରୋଧରେ  ରହୁଥିବା ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପରଖିବା ପାଇଁ ଏକ୍ସରେ ଅନ୍‌ ହୁଇଲ୍‌ ନାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ଭବନରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। କୋଭିଡ୍ ସଂକ୍ରମଣ ଦ୍ବାରା ଫୁସ୍‌ଫୁସ୍ ଆକ୍ରାନ୍ତ ହେବା ସହ ହଠାତ୍‌ ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହୋଇପଡୁଛି। ଜରୁରୀକାଳୀନ ଭିତ୍ତିରେ ରୋଗୀକୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପଡୁଛି। ସେଥିପାଇଁ ବର୍ତ୍ତମାନ ଏହି ଏକ୍ସରେ ଅନ୍‌ ହୁଇଲ୍‌  କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ଏକ୍ସରେ କରାଯିବ। କଟକ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର  ଏବଂ ଗୃହ ସଙ୍ଗରୋଧରେ ଥିବା ରୋଗୀମାନଙ୍କ ପାଖକୁ ଏହି ଗାଡ଼ି ଯାଇ ପ୍ରତ୍ୟେକ ଦିନ ହାରାହାରି ଭାବେ ହଜାରେ ଜଣଙ୍କ ଏକ୍ସରେ କରାଯିବାର ଯୋଜନା ରଖାଯାଇଛି। ଯାହା ଫଳରେ ସଂକ୍ରମିତଙ୍କ ସ୍ଥିତି ସଂପର୍କରେ ଜଣାପଡିବ ଓ ଫୁସ୍‌ଫୁସ୍ ସଂକ୍ରମଣ ହେବାର ସମ୍ଭାବନା ଥିଲେ ତୁରନ୍ତ ରୋଗୀକୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ସିଏମସି କମିସନର ଅନନ୍ୟା ଦାସ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ କୋଭିଡ ରୋଗୀଙ୍କ ସଚେତନତା ପାଇଁ ଏକ ସୂଚନା ପୁସ୍ତିକା ଏବଂ ଟିକାକରଣ କାର୍ଡ ମଧ୍ୟ ଉନ୍ମୋଚିତ ହୋଇଛି। ଯାହାକି ଘରେ ରହି ଚିକିତ୍ସିତ ହେଉଥିବା କୋଭିଡ୍ ରୋଗୀମାନଙ୍କୁ ସଚେତନ କରାଇବା ପାଇଁ ଏହି ପୁସ୍ତିକା ଆଶା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ବଣ୍ଟନ କରାଯିବ। ଏବଂ ଟିକାକରଣ ସେସନରେ କାର୍ଡ ମଧ୍ୟ ବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, ପିଡି ଡିଆରଡିଏ ଅମ୍ବର କୁମର କର, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା କୋଭିଡ୍‌ ନୋଡାଲ ଅଫିସର  ଡାକ୍ତର ଉମେଶ ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀ , ଡିପିଏଚସିଓ ମନ୍ଦାକିନୀ ବେହେରା, ସହକାରୀ ଜିଲ୍ଲାପାଳ ଅଳକାରାଣୀ ଦେବତା, ଏଡିପିଏଚସିଓ ତ୍ରିଲୋଚନ ଭୂୟାଁ, ଡିପିଏମ୍ ଦୀପକ ସାହୁ, ଡ୍ୟାମ୍ ନୀଳମାଧବ ରଥ, ଆର୍ଟିଷ୍ଟ ଲୀନା ବେଉରା ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ ଦ୍ୱାରା ଏକ ପୋଷ୍ଟର ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe