Image Courtesy of The New Indian Express
କଟକ: ମହାନଦୀକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବାର ଖବର କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯୁବକ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ ବୋଲି ଜଣାଯାଇଛି। ଏଣେ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରହିଛି। ସେ ଡେଇଁଥିବା ସ୍ଥାନରୁ ପ୍ରଶାନ୍ତ ରାଉତଙ୍କ ଚପଲ ଓ ବାଇକ୍ ଉଦ୍ଧାର ହୋଇଛି। ମାତ୍ର ଏଯାଏ ତାଙ୍କର ମୋବାଇଲ୍ ମିଳିନାହିଁ। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ପ୍ରଶାନ୍ତ ରାଉତ ଘରୁ ଆସିଥିଲେ। ହେଲେ ସେ ଘରକୁ ଫେରିନଥିଲେ। ପରିବାରଲୋକଙ୍କ କହିବା ଅନୁଯାୟୀ, ପ୍ରଶାନ୍ତ ଅନେକ ସମୟରେ ଯୋବ୍ର ସଂଗ୍ରହାଳୟ ନିକଟ ଲଭର୍ସ ପଏଣ୍ଟକୁ ରାତିରେ ଆସନ୍ତି। ଶେଷ ଥର ଲାଗି ପ୍ରଶାନ୍ତ ନିଜ ସାନଭାଇଙ୍କୁ ମା’ର ଯତ୍ନ ନେବାକୁ ମୋବାଇଲରେ କହିଥିଲେ।
Follow Us