ମା’ କୋଳରୁ ୩ ମାସର ଶିଶୁ ପୁତ୍ରଙ୍କୁ ଛଡ଼ାଇ ନେଉଥିବା ଯୁବକଙ୍କୁ ନିସ୍ତୁକ ମାଡ଼

Advertisment
ମା’ କୋଳରୁ ୩ ମାସର ଶିଶୁ ପୁତ୍ରଙ୍କୁ ଛଡ଼ାଇ ନେଉଥିବା ଯୁବକଙ୍କୁ ନିସ୍ତୁକ ମାଡ଼

କଟକ: ମା’ କୋଳରୁ ୩ ମାସର ଶିଶୁ ପୁତ୍ରଙ୍କୁ ଛଡ଼ାଇ ନେଉଥିବା ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଶୁକ୍ରବାର ସକାଳ ପ୍ରାୟ ୮ଟା ୩୦ରେ ଜଣେ ମହିଳା ନିଜ ଘର ଅଗଣାାରେ ୩ ମାସର ଶିଶୁଙ୍କୁ କୋଳରେ ଧରି ବସିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ହଠାତ୍‌ ଘର ଭିତରକୁ ପ୍ରବେଶ କରିଥିଲା। କିଛି ଭାବିବା ପୂର୍ବରୁ ଯୁବକ ଜଣକ ମହିଳାଙ୍କ କୋଳରୁ ଶିଶୁ ପୁତ୍ରକୁ ଯୋର ଜବରଦସ୍ତି ନେଇ ପଳାଇ ଯିବାକୁ ବାହାରି ଥିଲା। ଯୁବକଙ୍କ ଏଭଳି କାଣ୍ଡ ଦେଖି ମହିଳା ଜଣକ ଯୋରରେ ଚିତ୍କାର କରିଥିଲେ।

ମହିଳାଙ୍କ ଚିତ୍କାର ଶୁଣି ପଡୋଶୀ ଘରର ଲୋକମାନେ ବାହାରି ଆସି ଯୁବକଙ୍କୁ କାବୁ କରି ନେଇଥିଲେ। ସେମାନେ ହାତ ଗୋଡ଼ ବାନ୍ଧି, ମୁହଁରେ କାଳି ବୋଲି ନିସ୍ତୁକ ମାଡ଼ ମାାରିଥିଲେ ପରେ ଭଦ୍ରେଶ୍ୱର ଫାଣ୍ଡି ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ଯୁବକକୁ ଥାନାକୁ ନେଇ ପଚରାଉଚରା କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି।

ସୂଚନାଯୋଗ୍ୟ କଟକ ଜିଲ୍ଲାର ନେମାଳ ଅଞ୍ଚଳରେ ୩ ଦିନ ତଳେ ଜଣେ ଶିଶୁର କଟାମୁଣ୍ଡ ଏକ ବିଲରେ ପଡ଼ିଥିବାର ଦେଖାଯାଇଥିଲା। ଶିଶୁ ପୁତ୍ରକୁ କିଏ ଓ କାହିଁକି ହତ୍ୟା କରିଥିଲା, ସେହି ଘଟଣା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ, ଆଜିର ଘଟଣାକୁ ନେଇ ମାହାଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟକର ପରିସ୍ଥିତି ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe