ସିଏମସିର ପରିସ୍ରାଗାର ନିର୍ମାଣକୁ ନେଇ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ

ସିଏମସିର ପରିସ୍ରାଗାର ନିର୍ମାଣକୁ ନେଇ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ

Sambad

କଟକ: ମହାନଗର ନିଗମ ୨୭ ନମ୍ବର ୱାର୍ଡସ୍ଥିତ ଝୋଲାସାହି ବାଉରିସାହିର ପ୍ରବେଶ ପଥରେ ସିଏମସିର ପରିସ୍ରାଗାର ନିର୍ମାଣକୁ ନେଇ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ହୋଇଛି। ଗତ ଅକ୍ଟୋବରରେ ସିଏମସି ପକ୍ଷରୁ ଏହା ନିର୍ମାଣ କରାଯାଇଛି। ପରିସ୍ରାଗାର ଯୋଗୁଁ ସ୍ଥାନୀୟ ଲୋକଙ୍କ ବଞ୍ଚିବାର ମୌଳିକ ଅଧିକାର ଖନନ ହେଉଥିବାର ଅଭିଯୋଗ କରି କମିସନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପରିସ୍ରାଗାର ନିର୍ମାଣକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ବାରମ୍ବାର ସିଏମସି କମିସନରଙ୍କ ସହିତ ନିଗମର ଇଂଜିନିୟରିଂ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ଏଥିପ୍ରତି କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାର ଅଭିଯୋଗ ହୋଇଛି। ସ୍ଥାନୀୟ ବ୍ୟବସାୟଙ୍କ ପାଇଁ ପରିସ୍ରାଗାର ନିର୍ମାଣ ହୋଇଥିବା ବେଳେ ‌ଏହାକୁ ସଫା କରାଯାଉ ନଥିବାରୁ ଆଖପାଖ ଅଞ୍ଚଳ ଦୁର୍ଗନ୍ଧମୟ ହେଉଥିବାର କମିସନଙ୍କ ନିକଟରେ ଅଭିଯୋଗ ହୋଇଛି।

ସେପଟେ ଏଠାରୁ କୁଢ କୁଢ ଅଳିଆ ଗଦା ହୋଇ ରହୁଥିବା ବେଳେ ପରିମଳ ପ୍ରତି ସିଏମସି ଆଖି ବୁଜି ଦେଇଥିବାର ମଧ୍ୟ ଅଭିଯୋଗ ହୋଇଛି। ଏହାର ନିର୍ମାଣ ଯୋଗୁଁ ସାହିରେ ରହୁଥିବା ୫ଶହରୁ ଅଧିକ ଲୋକଙ୍କ ଯିବା ଆସିବା କରିବାରେ ନାହିଁ ନଥିବା ସମସ୍ୟା ହେଉଥିବା ବେଳେ ବି‌େଶଷ ଭାବେ ମହିଳା ଓ ଯୁବତୀ ଉକ୍ତ ରାସ୍ତାରେ ଯିବା ଆସିବା କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ସାହିର ପ୍ରବେଶ ପଥଟି ସଂକୀର୍ଣ୍ଣ ହୋଇଥିବା ବେଳେ ଏହାର ନିର୍ମାଣ ‌େଯାଗୁଁ ସାହି ଭିତରକୁ ଚାରି ଚକିଆ ଗାଡି ଯଥା ଆମ୍ବୁଲାନ୍ସ ଆସିବାରେ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି। ସିଏମସି ନିକଟରେ ଏନେଇ ବାରମ୍ବାର ଅଭିଯୋଗ କରାଯାଇ ଥିଲେ ବି କୌଣସି ସୁଫଳ ନ ମିଳିବାରୁ ଶେଷରେ ମାନବାଧିକାର କମିସନଙ୍କ ନିକଟରେ ଏନେଇ ସ୍ଥାନୀୟ ବାସିନ୍ଦା ଡାକ୍ତର ଆଦିତ୍ୟ ମିଶ୍ର, ସରୋଜ ସ୍ବାଇଁ, ଅନନ୍ତ ମିଶ୍ର, ରାଜେଶ ଘୋଷ ପ୍ରମୁଖ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe