କ୍ରେଡିଟ୍‌ କାର୍ଡ ନାଁରେ ୮୧ ହଜାର ନେଇଗଲା ସାଇବର ଲୁଟେରା

ସାଇବର ଠକେଇରେ ପଡ଼ିଲେ ବ୍ୟାଙ୍କ ମ୍ୟାନେଜର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଡ଼ାପାଲି ଗ୍ରାମର ଜଣେ ଯୁବକଙ୍କ ନିକଟକୁ ରବିବାର କ୍ରେଡିଟ୍‌ କାର୍ଡର ଲିମିଟ୍‌ ବୃଦ୍ଧି ନେଇ ଏକ ମେସେଜ୍‌ ଆସିଥିଲା। ଯୁବକ ଜଣକ ମେସେଜ୍‌ରେ ଦିଆଯାଇଥିବା ଲିଙ୍କ୍‌ ଖୋଲିବା କ୍ଷଣି ତାଙ୍କ ମୋବାଇଲ୍‌ରେ ଏନିଡେସ୍କ ଆପ୍‌ଲିକେସନ୍‌ ଡାଉନ୍‌‌ଲୋଡ୍‌ ହୋଇଯାଇଥିଲା।

ଏହାପରେ ବ୍ୟାଙ୍କ ଅଧିକାରୀ ନାଁରେ ଜଣେ ବ୍ୟକ୍ତି ତାଙ୍କୁ ଫୋନ୍‌ କରି ଟ୍ରାଞ୍ଜାକ୍ସନ କରିବାକୁ କହିଥିଲେ। ଏହାରି ଭିତରେ ଯୁବକଙ୍କ ଆକାଉଣ୍ଟରୁ ୮୧ ହଜାର ଟଙ୍କା କଟି ଯାଇଥିଲା। ଏହାପରେ ସେ ଠକେଇର ଶିକାର ହୋଇଥିବା ଜାଣି ତୁରନ୍ତ ପୁଲିସର ଦ୍ବାରସ୍ଥ ହୋଇଥିଲେ। ତଦନ୍ତ ଆରମ୍ଭ କରିବା ସହ ବ୍ୟାଙ୍କ ସହ‌ ଯୋଗାଯୋଗ କରିବା ପରେ ଯୁବକଙ୍କ ଆକାଉଣ୍ଟରୁ କଟିଥିବା ଟଙ୍କାରୁ ୫୫ ହଜାର ଟଙ୍କା ଫେରିଥିବା ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe