ଭଦ୍ରକରେ ମାତିଛନ୍ତି ସାଇବର ଠକ: ଫୋନ୍‌ ପେ ଓ ଗୁଗୁଲ ପେ୍‌ ମାଧ୍ୟମରେ ଠକି ନେଉଛନ୍ତି ଟଙ୍କା!

Advertisment
ସାଇବର୍‌ ଠକଙ୍କ ଆଗରେ ପୁଲିସ୍‌ କମିସନର୍‌ ବି ଅସହାୟ, ନକଲି ଆକାଉଣ୍ଟରୁ ଲୋକଙ୍କୁ ଟଙ୍କା ମାଗୁଛି ଠକ

Image Courtesy of Zee News

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏବେ କିଛି ସାଇବର ଠକ ମାତିଛନ୍ତି। ସେମାନେ ନିମିଷକରେ ଫୋନ୍‌ ପେ ଓ ଗୁଗୁଲ ପେ ମାଧ୍ୟରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଉଠାଇ ନେଉଛନ୍ତି। ଏଇ ଠକଙ୍କ ଶିକାର ହୋଇଛନ୍ତି ଭଦ୍ରକର ବହୁ ଲୋକ। ଏନେଇ ମଧ୍ୟ ବହୁ ମାମଲା କଟକ ସାଇବର କ୍ରାଇମ୍‌ ସେଲ୍‌ରେ ମାମଲା ରୁଜୁ ହୋଇଛି। ମାତ୍ର ଏଇସବୁ ମାମଲାର ତଦନ୍ତ ହେଉ ନାହିଁ କି ସାଇବର ଠକମାନେ ଗିରଫ ହେଉ ନାହାନ୍ତି।

ସାଇବର କ୍ରାଇମ୍‌ରେ ଶିକାର ହୋଇଥିବା ବହୁ ଲୋକ ଏବେ ନିଜର ଜମା ଟଙ୍କା ହରାଇ ଦୁଃଖରେ ଅଛନ୍ତି। ଏମିତି ଏକ ଘଟଣା ଘଟିଛି ଭଦ୍ରକ ସହର ନିକଟବର୍ତ୍ତୀ ବାଉଦପୁର ଗ୍ରାମରେ। ଏଇ ଗ୍ରାମର ମୌସୁମୀ ପଣ୍ଡାଙ୍କା ଆହ୍ଲାବାଦ ବ୍ୟାଙ୍କ ଆକାଉଣ୍ଟରୁ ଜଣେ ସାଇବର ଠକ ଗତ ସେପ୍ଟେଟର ମାସ ୨୮ ତାରିଖରେ ଫୋନ୍‌ କରି ଗୁଗୁଲ ପେ ଓ ପେଟିଏମ୍‌ ମାଧ୍ୟରେ ଦୁଇ ଥର ଟଙ୍କା ଉଠାଣ କରି ନେଇଛି। ପ୍ରଥମଥର ୮ ହଜାର ୯୯୫ ଟଙ୍କା ଓ ଦ୍ଵିତୀୟ ଥର ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨ ହଜାର ଟଙ୍କା ଉଠାଇ ନେଇଛନ୍ତି। ଏଇ ସାଇବର ଠକମାନେ ପ୍ରଥମେ ସଂପୃକ୍ତ ବ୍ୟାଙ୍କ ଆକୁଉଣ୍ଟଧାରୀଙ୍କ ମୋବାଇଲ ଫୋନ୍‌ ନମ୍ବରକୁ କଲ୍‌ କରି କିଛଇ ଜିନିଷ କିଣିବା ପାଇଁ କହିଥିଲେ।

କରୋନା ସମୟରେ ସାନିଟାଇଜର ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଟଙ୍କାର ଗୁଗୁଲ ପେ'ରେ ଦେବାକୁ କହିଥିଲେ।ଏଇ ସାଇବର ଠକ ନିଜକୁ ଜଣେ ଇଣ୍ଡିଆନ ଆର୍ମି ଅଫିସର ବୋଲି ପରିଚୟ ଦେଇ ପରେ ମୌସୁମୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡପ କରିଥିଲା। ମୌସୁମୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡପ ହେବା ପରେ ସେ ଏଇ ଘଟଣାୟ ସଂପର୍କରେ କଟକ ସାଇବର କ୍ରାଆଇମ ସେଲ୍‌ ପୁଲିସ ନିକଟରେ ଏଫଆଇଆର ଦେଇଥିଲେ। ତାଙ୍କର ଏଇ ଏଫଆଇଆର ମୂଳେ କଟକ ସାଇବର କ୍ରାଇମ୍‌ ସେଲ୍‌ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ସାଇବର ସେଲ୍‌ କଟକ ପୁଲିସ ପକ୍ଷରୁ ଭଦ୍ରକର ଗ୍ରାମାଞ୍ଚଳ ପୁଲିସକୁ କ୍ଷେତ୍ରୀୟ ତଦନ୍ତ ପାଇଁ ପଠାଇଥିଲା। ଏଇ ତଦନ୍ତକାରୀ ଟିମ୍‌ ବାଉଦପୁରସ୍ଥିତି ମୌସୁମୀଙ୍କ ଘରକୁ ଆସି ପଚରା ଉଚରା କରି ଫେରିଯାଇଥିବା ବେଳେ କଟକ ସାଇବର ସେଲ୍‌ ପକ୍ଷରୁ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସାଇବର କ୍ରାଇମ୍‌ ବଢି ବଢି ଚାଲିଥିବା ବେଳେ ଭଦ୍ରକରେ ଏଇ ଭଳି ଅନେକ ଲୋକ ସାଇବର ଠକଙ୍କ ଜାଲରେ ଫଶି ହଜାର ହଜାର ଟଙ୍କା ହରାଇ ଏବେ ଦୁଃଖରେ ଅଛନ୍ତି। ଏ ଦିଗରେ କଟକ ସାଇବର କ୍ରାଇମ୍‌ ସେଲ ଅଧିକ ତତ୍ପର ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe