Photo: tcp24.news
ରାଉରକେଲା: ଯଥାଶୀଘ୍ର ଆପଣଙ୍କର ପାନ୍କାର୍ଡ ଅପଡେଟ୍ କରନ୍ତୁ। ବିଳମ୍ବ ହେଲେ ପାନକାର୍ଡ୍ ଅଚଳ ହୋଇଯିବ। ନିମ୍ନୋକ୍ତ ଲିଙ୍କ୍ରେ କ୍ଲିକ୍ କରି ତୁରନ୍ତ ଅପଡେଟ୍ କରନ୍ତୁ। ବାସ୍, ଏତିକି ମେସେଜ୍ ଦେଇ ଠକିନେଇଗଲେ ଦେଢ଼ ଲକ୍ଷ ଟଙ୍କା। ଏଭଳି ଠଙ୍ଗରେ ପୁଣି ଜଣେ ସରକାରୀ କର୍ମଚାରୀ ସାଇବର ଠକେଇର ଶିକାର ହୋଇଛନ୍ତି।
ରାଉରକେଲ ନିବାସୀ ଶ୍ରୀକାନ୍ତ ସ୍ବାଇଁ ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କାର୍ଯ୍ୟରତ। ଗତ ମେ’ ୨୬ ତାରିଖରେ ଶ୍ରୀ ସ୍ବାଇଁଙ୍କ ମୋବାଇଲ୍କୁ ଏକ ମେସେଜ୍ ଆସିଥିଲା। ଉକ୍ତ ମେସେଜ୍ରେ ଯଥାଶୀଘ୍ର ପାନ୍କାର୍ଡ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଲିଙ୍କ୍ରେ କ୍ଲିକ୍ କରି ଅପଡେଟ୍ ନ କଲେ ଏସ୍ବିଆଇ ୟୋନୋ ସମେତ ଅନ୍ୟାନ୍ୟ ବ୍ୟାଙ୍କସେବା ବନ୍ଦ ହୋଇଯିବା ନିର୍ଦ୍ଦେଶ ଆସିଥିଲା। ଏଣୁ ଶ୍ରୀ ସ୍ବାଇଁ ଉକ୍ତ ଲିଙ୍କ୍ରେ କ୍ଲିକ୍ କରିଦେଇଥିଲେ। ଏହାପରେ ଠକ ଦଳଙ୍କ କହିବାନୁସାରେ ଆକାଉଣ୍ଟ୍ ନମ୍ବର, ପାସ୍ସ୍ବାର୍ଡ, ଓଟିପି ଆଦି ଦେଇଦେଇଥିଲେ।
/sambad/media/post_attachments/wp-content/uploads/2022/06/866defe6-65f5-40ae-862f-ef81c417caa2-e1656518745952.jpg)
ଆବଶ୍ୟକୀୟ ସୂଚନା ଦେବାପରେ ସଙ୍ଗେସଙ୍ଗେ ତାଙ୍କ ଆକାଉଣ୍ଟ୍ରୁ ୧ ଲକ୍ଷ ୪୯ ହଜାର ୯୯୯ ଟଙ୍କା ଉଠାଇନେଥିଲେ ଠକ ଦଳ। ହଠାତ୍ ଟଙ୍କା ଉଠାଣ ମେସେଜ୍ ଆସିବାପରେ ଶ୍ରୀ ସ୍ବାଇଁ ଠକାମିର ଶିକାର ହୋଇଥିବା ଅବଗତ ହୋଇଥିଲେ। ଏହାପରେ ଠକଦଳ ଆଉ ୨୪ ହଜାର ଟଙ୍କା ଉଠାଇବାକୁ ଉଦ୍ରମ କରିଥିଲେ ମଧ୍ୟ ସେ ଆଉ ଓଟିପି ଦେଇନଥିଲେ; ଫଳରେ ତାଙ୍କର ବାକିତକ ଜମା ଅର୍ଥ ବଞ୍ଚିଯାଇଥିଲା। ଉକ୍ତ ଦିନ ହିଁ ଶ୍ରୀ ସ୍ବାଇଁ ରାଉରକେଲା ସାଇବର ଥାନାରେ ଏତଲା ଦେବାକୁ ଯାଇଥିଲେ ମଧ୍ୟ କମ୍ ରାଶି ଦର୍ଶାଇ ଏତଲା ରଖିବାକୁ ମନା କରିଦେଇଥିଲେ। ଏହାପରେ ସେ ବୀରମିତ୍ରପୁର ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।
Follow Us