Times of India
ନାଲକୋନଗର: ବଅଁରପାଳ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମର ଗଣେଶ୍ୱର ସାହୁ ଙ୍କ ପୁଅ ଅଭିମନ୍ୟୁ ସାହୁ ସାଇବର ଠକେଇ ର ଶିକାର ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି। ସାଇବର ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ଅଭିମନ୍ୟୁ ଙ୍କ ଏସ.ବି.ଆଇ ର ଏକ କ୍ରେଡିଟ୍ କାର୍ଡ ରହିଥିଲା । ତାଙ୍କ ଫୋନ କୁ ଏକ ଅଜଣା ନମ୍ବର ରୁ ଫୋନ୍ କଲ୍ ଆସିଥିଲା। ତାଙ୍କୁ ଟଙ୍କା ଶୁଝିବା ପାଇଁ କହି ବ୍ୟାଙ୍କ୍ ର ତଥ୍ୟ ମାଗିଥିଲା। କିନ୍ତୁ ଅଭିମନ୍ୟୁ କିଛି ତଥ୍ୟ ନ ଦେଇ ଫୋନ କାଟି ଦେଇଥିଲେ। କିଛି ସମୟ ପରେ ତାଙ୍କ ଫୋନ କୁ ଏକ ମେସେଜ୍ ଆସିଥିଲା। ଅଭିମନ୍ୟୁ ଜାଣିବାକୁ ପାଇଲେ ଯେ, ତାଙ୍କ ଆକାଉଣ୍ଟରୁ ୧୫ ହାଜର ୨୭୮ ଟଙ୍କା କଟିଥିବା ଜାଣିବାକୁ ପାଇଥିଲେ। ଏହି ଘଟଣା ବିଷୟରେ ଅନୁଗୋଳ ସାଇବର ଥାନାରେ ଅଭିଯୋଗ କରିଥିବା ନେଇ ସାଇବର ଥାନା ପକ୍ଷରୁ ସୂଚନା ଦିଆଯଇଛି।
Follow Us