ସାଇକଲକୁ ଧକ୍କା ଦେଲା ବାଇକ୍, ୨ ମୃତ

ସାଇକଲକୁ ଧକ୍କା ଦେଲା ବାଇକ୍, ୨ ମୃତ

Freepik

ରେଙ୍ଗାଲି: ସମ୍ବଲପୁର ରେଙ୍ଗାଲି ଥାନା ଅନ୍ତର୍ଗତ ରମ୍ପେଲା ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ବାଇକ ଓ ସାଇକଲ ମଧ୍ୟରେ ଦୁର୍ଘଟଣା ହୋଇ ଉଭୟ ବାଇକ୍ ଓ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରକାଶ ଯେ, ସାଇକଲ ଆରୋହୀ ଶଙ୍କର ଯାଦବ(୬୦ ବର୍ଷ) ରମ୍ପେଲାରୁ ରେଙ୍ଗାଲି ଯାଉଥିବା ସମୟରେ ଭୁର୍ଷିପାଲିର ଅକ୍ଷୟ କିଷାନ (୨୪)ସମ୍ବଲପୁରରୁ (ଓଡି-୧୫ଭି-୨୭୧୪) ନମ୍ବର ବିଶିଷ୍ଟ ବାଇକରେ ରେଙ୍ଗାଲି ଆସୁଥିବା ବେଳେ ଶଙ୍କରଙ୍କୁ ପଛପଟୁ ଧକ୍କା ଦେଇଥିଲେ।

ଧକ୍କାଦେଇ ଅକ୍ଷୟ ବାଇକରୁ ଛିଟିକି ପଡ଼ିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସାଇକେଲ ଆରୋହୀ ଶଙ୍କର ମଧ୍ୟ ରାସ୍ତାରେ ପଡ଼ି ଚେତାଶୂନ୍ୟ ହୋଇ ଯାଇଥିଲେ। ଦୁହିଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe