ମୁକୁଳା ଡ୍ରେନ୍‌ରେ ପଡ଼ି ଆହତ ସାଇକେଲ ଆରୋହୀଙ୍କ ମୃତ୍ୟୁ

Advertisment
ମୁକୁଳା ଡ୍ରେନ୍‌ରେ ପଡ଼ି ଆହତ ସାଇକେଲ ଆରୋହୀଙ୍କ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ବଜାରରେ ଗତ ୨୪ ତାରିଖ ଦିନ ପୂର୍ତ୍ତରାସ୍ତାର ମୁକୁଳା ଡ୍ରେନ୍‌ରେ ପଡ଼ି ଗୁରୁତର ଆହତ ହୋଇଥିବା ସୁଶୀଳ କର୍ଣ୍ଣ (୫୫) ନାମକ ଜଣେ ସାଇକେଲ ଆରୋହୀଙ୍କ ଗତ ବୁଧବାର ରାତିରେ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଗତ ୨୪ ତାରିଖ ସକାଳେ ପୀତାମ୍ବରପୁର ପଞ୍ଚାୟତ ଶ୍ରଦ୍ଧାପୁର ଗାଁର ସୁଶୀଳ ଏକ ସାଇକେଲ ଯୋଗେ ଶାକୁସିଙ୍ଗା ତାଙ୍କ ସମ୍ପର୍କୀୟ ଘରକୁ ଯାଉଥିଲେ। ଏହି ସମୟରେ ଧଳପୁର ବଜାର ଅତିକ୍ରମ କରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱ ମୁକୁଳା ଡ୍ରେନ୍‌ ଭିତରେ ପଡ଼ିଯାଇଥିଲେ। ଫଳରେ କଂକ୍ରିଟ ଡ୍ରେନ୍‌ରେ ବାହାରିଥିବା ଲୁହାଛଡ଼ ତାଙ୍କ ଆଖି ଭିତରେ ପଶିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଧଳପୁର ପ୍ରାଥମିକ ଚିକିତ୍ସାଳୟକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଗାଁରେ ମୃତଦେହ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗତ ୩ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଉକ୍ତ ରାସ୍ତା ନିର୍ମାଣକାରୀ ଠିକାସଂସ୍ଥା ଧଳପୁରରେ ନିର୍ମାଣାଧୀନ ଡ୍ରେନଟିକୁ ଅଧପନ୍ତରିଆ ଭାବେ ପକାଇ ରଖିଥିବାରୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଛି। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ସମ୍ପୃକ୍ତ ଠିକାସଂସ୍ଥା ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe