ବୈପାରିଗୁଡା: ବୃକ୍ଷରୋପଣର ବାର୍ତ୍ତା ନେଇ ରବିବାର କୋରାପୁଟ ଜିଲ୍ଲା ଜୟପୁରର ସାଇକେଲ କ୍ଲବର ସଦସ୍ୟମାନେ ବୈପାରିଗୁଡା ପହଞ୍ଚି ଲୋକଙ୍କୁ ଏହାର ଉପକାରିତା ବୁଝାଇଥିଲେ। ସୁଦୂର ଜୟପୁରରୁ ସାଇକେଲରେ ବାହାରି ବିଭିନ୍ନ ଗ୍ରାମ ବୁଲି ଶେଷରେ ବୈପାରିଗୁଡା ପହଞ୍ଚି ଲୋକଙ୍କୁ ସାଇକେଲ ଚଲାଇବା ସହ ବୃକ୍ଷରୋପଣ କରିବା ନେଇ ବାର୍ତ୍ତା ଦେଇଥିଲେ। ସ୍ଥାନୀୟ ଲୋକେ ଏହାକୁ ଗୁରୁତ୍ବର ସହ ନେଉଥିବା ଦେଖିବାକୁ ମିଳିଥିଲା।
ଆଜିକାଲି ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ବିଶେଷକରି ଡାଇବେଟିସ ରୋଗ ବ୍ୟାପିବାରେ ଲାଗିଲାଣି। ପ୍ରତି ଚାରି ଜଣରେ ଜଣକୁ ଏହି ରୋଗ ଗ୍ରାସ କଲାଣି। ତେଣୁ ନିଜକୁ ସୁସ୍ଥ ସୁନ୍ଦର ରଖିବାକୁ ହେଲେ ସାଇକେଲ ଚଲାଇବା ଆବଶ୍ୟକ ବୋଲି କହିଥିଲେ।
ତେବେ ଏହି ସଦସ୍ୟମାନଙ୍କୁ ସ୍ଥାନୀୟ ଲୋକେ ସ୍ବାଗତ କରିବା ସହ ସମସ୍ତେ ବୃକ୍ଷରୋପଣ ନେଇ ଶପଥ କରିଥିଲେ। ସାଇକେଲ କ୍ଲରର କେ.ମୋହନ ରାଓ, ବିଜୟ କୁମାର ମହାପାତ୍ର, ପ୍ରଫୁଲ କୁମାର ଭୁଜବଳ, ସଂଜୟ କୁମାର ନାୟକ, ସଦାଶିବ ପଟନାୟକ, ଶଂକର ପ୍ରସାଦ ପାଢୀ,ପି.କ୍ରିଷ୍ଣା ରାଓ, ରବୀନ୍ଦ୍ର ନାଥ ସାହୁ, ମନୋଜ ମହାରଣା, ଗୌତ ଜୈନ ପ୍ରମୁଖ ସଦସ୍ୟ ଏହି ବାର୍ତ୍ତା ପ୍ରଚାର କରୁଥିଲେ।
Follow Us