ସମାଧାନ ହେଉନି ମଶାଶି ବିବାଦ: ପୁଣି ଭାଲିଆଡିହିରେ ପଡ଼ି ରହିଲା ଶବ, ଗ୍ରାମରେ ଉତ୍ତେଜନା

Advertisment
ସମାଧାନ ହେଉନି ମଶାଶି ବିବାଦ: ପୁଣି ଭାଲିଆଡିହିରେ ପଡ଼ି ରହିଲା ଶବ, ଗ୍ରାମରେ ଉତ୍ତେଜନା

ନୟାଗଡ଼/ଶରଣକୁଳ: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧୀନ ଭାଲିଆଡିହି ଗ୍ରାମପଞ୍ଚାୟତର ଭା୍ଲିଆଡିହି ଗ୍ରାମରେ ଲାଗି ରହିଥିବା ମଶାଣି ବିବାଦର ସମାଧାନ ହୋଇ ପାରୁନାହିଁ। ଏହି ଗ୍ରାମର ପାଇକସାହି ଓ ଉପରସାହି ମଧ୍ୟରେ ଲାଗିଥିବା ମଶାଣି ଜାଗା ବିବାଦ ପାଇଁ ଶବକୁ ଅସମ୍ମାନ ଭଳି ଘଟଣା ବାରମ୍ବାର ଘଟୁଛି। ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଉପରସାହିର ନାଥ ପ୍ରଧାନ(୭୦)ଙ୍କ ପରଲୋକ ଘଟିଥିଲା। କିନ୍ତୁ ଗାଁ ମଶାଣିରେ ଶବ ଦାହ ହୋଇପାରିବନି ବୋଲି କାଳିନ୍ଦିସାହି(ପାଇକସାହି)ର କିଛି ଲୋକ ଅଡି ବସିଥିଲେ। ଫଳରେ ଶବ ଦାହ ହୋଇପାରିନାହିଁ।

ଖବରଲେଖା ହେବା ସୁଦ୍ଧା ଘଟଣାସ୍ଥଳରେ ଶରଣକୁଳ ପୁଲିସ ସମେତ ଓଡ଼ଗାଁ ତହସିଲଦାର ପହଞ୍ଚି ସମସ୍ୟାରର ସମାଧାନ ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭାଲିଆଡିହି ମଶାଣି ବିବାଦ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଉଗ୍ର ରୂପ ନେଇଛି। ଉକ୍ତ ସ୍ଥାନରେ ସରପଞ୍ଚଙ୍କ ସମ୍ପର୍କୀୟ ନିଜର ବ୍ୟବସାୟିକ ପ୍ରତିଷ୍ଠାନ କରିବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ସେ ଏହି ଜାଗାକୁ ଆଉ ଉପରସାହି ବାସିନ୍ଦାଙ୍କ ମଶାଣି ଭାବେ ବ୍ୟବହାର ନକରି ଅନ୍ୟ ଜାଗାରେ ମଶାଣି କରିବାକୁ ଜିଦ୍‌ ଧରିଛନ୍ତି। ହେଲେ ସରପଞ୍ଚଙ୍କ ପକ୍ଷରଲୋକମାନେ କହିଛନ୍ତି, ବର୍ତମାନ ଯେଉଁ ଜାଗାରେ ନୀଳକଣ୍ଠେଶ୍ୱର ହାଇସ୍କୁଲ ଚାଲିଛି, ୧୯୯୦ ମସିହାରେ ସ୍କୁଲ ନିର୍ମାଣ ପୂର୍ବରୁ ଉକ୍ତ ଜାଗାକୁ ମଶାଣି ଭାବେ ବ୍ୟବହାର କରାଯାଉଥିଲା। କିନ୍ତୁ ସ୍କୁଲ ନିର୍ମାଣ ପରେ ଏହାର ଅପରପାର୍ଶ୍ଵରେ ଥିବା ପଡ଼ିଆକୁ ଉପରସାହି ବାସିନ୍ଦା ମଶାଣି ଭାବେ ବ୍ୟବହାର କରିଆସୁଛନ୍ତି।

publive-image

୯୦ ମସିହାରେ ଉକ୍ତ ଜାଗାକୁ ମଶାଣି ଭାବେ ବ୍ୟବହାର ନକରି ଅନ୍ୟ ଜାଗାରେ ମଶାଣି କରିବାକୁ ଉପରସାହି ବାସିନ୍ଦାଙ୍କୁ ୩୦ ହଜାର ଟଙ୍କା ଦିଆଯାଇଥିଲା। କିନ୍ତୁ ସେମାନେ ମଶାଣି ନିମନ୍ତେ ଜମି ନକିଣି, ଜାଣିଜାଣି ସ୍କୁଲ ପାର୍ଶ୍ଵରେ ଥିବା ଜମିକୁ ମଶାଣିଭାବେ ବ୍ୟବହାର କରିଆସୁଛନ୍ତି। ଏନେଇ ଅନେକ ଥର ଥାନା ଠାରୁ ଆରମ୍ଭ କରି ତହସିଲଦାରଙ୍କୁ ଜଣା ଯାଇଥିଲେ ମଧ୍ୟ କେହି କିଛି ବୁଝୁନାହାନ୍ତି।

ଉଲ୍ଲେଖଯୋଗ୍ୟ ଗତ ବର୍ଷ ଫେବ୍ରୁଆରି ୧୯ ତାରିଖରେ ମଧ୍ୟ ଠିକ ଏହି ଭଳି ବିବାଦ ଭାଲିଆଡିହିରେ ଦେଖିବାକୁ ମିଳିଥିଲା। ଉପରସାହିର ରମା ମହାପାତ୍ର(୮୦)ଙ୍କ ପରଲୋକ ହୋଇଯାଇଥିବା ବେଳେ, ଅପରଗୋଷ୍ଠୀର ଲୋକ ଶବ ସତ୍କାର କରିବାକୁ ଦେଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe