ଆଳିରେ ମଇଁଷି ମଡକ: ଅଜଣା ରୋଗରେ ମଲେଣି ୨୦ ମଇଁଷି, ଦୁଗ୍ଧ ଚାଷୀ ହତାଶ

ଆଳିରେ ମଇଁଷି ମଡକ: ଅଜଣା ରୋଗରେ ମଲେଣି ୨୦ ମଇଁଷି, ଦୁଗ୍ଧ ଚାଷୀ ହତାଶ

Facebook

ଆଳି: ଆଳିବ୍ଲକ ବାଳକାଟି ପଞ୍ଚାୟତ ଅଧିନସ୍ଥ ରାଣୀପୋଖରୀ,ନାଗପଡା ଗାଁରେ ଦେଖାଦେଇଛି ମଇଁଷି ମଡ଼କ। ଏକମାସ ମଧ୍ୟରେ ଟଳି ପଡିଲେଣି ଗୋଟିଏ ପରେ ଗୋଟିଏ ୨୦ରୁ ଉର୍ଦ୍ଧ୍ବ ମଇଁଷି।ଔଷଧ,ଚିକିତ୍ସା କିଛି ବି କାମ ଦେଉନି ବୋଲି କ୍ଷୋଭର ସହିତ ଅଭିଯୋଗ କରିଛନ୍ତି ରାଣୀପୋଖରୀ ଗ୍ରାମର ମଇଁଷି ପାଳକ ମାନେ।କ୍ଷତିଗ୍ରସ୍ତ ମଇଁଷି ପାଳକ ବ୍ରଜ ସୁନ୍ଦର ବାରିକ,ଭରତ ବାରିକ,ବସନ୍ତ ଦାସ,ହେମନ୍ତବାରିକ,ବାୟା ଦାଶ ପ୍ରମୁଖ କହିଛନ୍ତି ଯେ,ସୁସ୍ଥ, ସବଳ ମଇଁଷି ମାନଙ୍କର ପ୍ରଥମେ ଝାଡା ହେଉଛି।ଝାଡା ପରେ,ପରେ ଦୁର୍ବଳ ମଇଁଷି ମାନେ ଘୁମଉ ଛନ୍ତି।ତା'ପରେ ଦିନେ ଦୁଇ ଦିନ ମଧ୍ୟରେ ରୋଗଗ୍ରସ୍ତ ମଇଁଷି ମାନଙ୍କର ମୃତ୍ୟୁ ଘଟୁଛି।

ଯେତେ ଚିକିତ୍ସା କଲେ ମଧ୍ୟ ଔଷଧ କାମ ଦେଉନାହିଁ।ଫଳରେ ମଇଁଷି ପାଳକ ମାନେ ଚିନ୍ତାରେ ପଡ଼ିଛନ୍ତି।ବାଳକାଟି ପଞ୍ଚାୟତ ରାଣୀପୋଖରୀ ଗ୍ରାମର ୫୦ରୁ ଉର୍ଦ୍ଧ୍ବ ପରିବାର କୌଳିକ ବୃତ୍ତି ଭାବେ ମଇଁଷି ପାଳନ କରି ଜୀବିକା ନିର୍ବାହ କରନ୍ତି।ଦୈନିକ ଦୁଗ୍ଧ, ଛେନା,ଘିଅ ବିକ୍ରିକରି ନିଜ ନିଜର ପରିବାର ପ୍ରତିପୋଷଣ କରନ୍ତି।ଗତ ଏକମାସ ମଧ୍ୟରେ ବ୍ରଜ ସୁନ୍ଦର ବାରିକଙ୍କର ୫ ଟି,ଭରତ ବାରିକଙ୍କ ୮ଟି,ବସନ୍ତ ଦାସଙ୍କ ୩ ଟି,ହେମନ୍ତ ବାରିକଙ୍କ ୨ଟି,ବାୟା ଦାଶଙ୍କ ୨ଟି ମଇଁଷିଙ୍କର ମୃତ୍ୟୁ ଘଟିଛି।

ମଇଁଷି ମଡ଼କ କାରଣରୁ ଚିନ୍ତାରେପଡି ହତାଶ ହୋଇପଡିଛନ୍ତି ଏଇ ମଇଁଷିପାଳକ ମାନେ।ମଇଁଷି ମାନଙ୍କୁ ରୋଗଦାଉରୁ ରକ୍ଷା କରିବା ପାଇଁ ଚେଷ୍ଟା ଜାରି ରହିଥିବା ଆଳିର ପଶୁ ଚିକିତ୍ସକ କହିଥିବା ବେଳେ ଉଚ୍ଚସ୍ତରୀୟ ବିଶେଷଜ୍ଞ ଡାକ୍ତରୀ ଟିମ ଦ୍ୱାରା ମଇଁଷି ମାନଙ୍କର ଚିକିତ୍ସା ପାଇଁ ଦାବିକରିଛନ୍ତି ରାଣୀପୋଖରୀ ଓ ନାଗପଡା ଗ୍ରାମର ଦୁଗ୍ଧଚାଷୀ ମଇଁଷି ପାଳକ ମାନେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe