ଅସ୍ତିତ୍ବ ଖୋଜୁଛି ବିଜୁ ବୋଟିଂ ପାର୍କ

Advertisment
ଅସ୍ତିତ୍ବ ଖୋଜୁଛି ବିଜୁ ବୋଟିଂ ପାର୍କ

ଜୟପୁର: ଗତ ୨୦୦୬ ମସିହାରେ ଜୟପୁର ସହରବାସୀଙ୍କୁ ଆମୋଦ ପ୍ରମୋଦ କରିବା ପାଇଁ ଜଗନ୍ନାଥସାଗରକୁ ମାଲକାନଗିରି ବାଇପାସ ରୋଡକୁ ଲାଗି ରହିଥିବା ଛୋଟିଆ ପୋଖରୀକୁ ବିଜୁ ବୋଟିଂ ପାର୍କ ନାଁରେ ନାମିତ କରାଯାଇଥିଲା। ଦିନ ଥିଲା ଏହି ବୋଟି˚ ପାର୍କ ସହରବାସୀଙ୍କୁ ଆମୋଦପ୍ରମୋଦ କରାଉଥିଲା। ସ୍ଥିର ପାଣିରେ ଡଙ୍ଗାରେ ବୋଟି˚ କରି ଦିନ ଯାକର କ୍ଲାନ୍ତିକୁ ମେଣ୍ଟାଇବା ସହ ଉପଭୋଗ ବି କରୁଥିଲେ। ଏବେ ଏହି ପାର୍କ ତାହାର ଅସ୍ଥିତ୍ବ ଖୋଜୁଛି।

publive-image

ପୌରପାଳିକା ଓ ଜିଲ୍ଲା ପ୍ରଶାସନର ଉଦାସୀନତା ଓ ଖାମଖିଆଲି ଏବଂ ଦେଖାରଖା ଅଭାବ ଯୋଗୁଁ ଏହା ଏବେ ପରିତ୍ୟକ୍ତ ହୋଇ ପଡିରହିଛି। ପରିସ୍ଥିତି ଏପରି ହୋଇଛି ଯେ ସେଠାରେ ଏବେ ଗୋଡ ପକାଇବା କଷ୍ଟକର। କିଛି ଅସାମାଜିକ ବ୍ୟକ୍ତି ଓ ନିକଟସ୍ଥ ଏକାଧିକ ସାହି ବାସିନ୍ଦାଙ୍କ ଲୋଲୁପ ଦୃଷ୍ଟି ଏହି ପରିତ୍ୟକ୍ତ ପାର୍କ ଉପରେ ବି ଏବେ ପଡ଼ିଛି। ଜିଲ୍ଲା ପ୍ରଶାସନ ସ୍ବଚ୍ଛ ଭାରତ ଅଭିଯାନରେ ପାଇଖାନା ନିର୍ମାଣ କରୁଥିଲେ ହେଁ ଏହାକୁ ପାଇଖାନରେ ପରିଣତ କରି ଦେଇଛନ୍ତି ନିକଟସ୍ଥ ସାହି ବାସିନ୍ଦା।

ଖାଲି ଯେ ପାର୍କର ଚତୁଃପାର୍ଶ୍ବ ଅପରିସ୍କାର ହୋଇଛି ତାହା ନୁହେଁ, ବୋଟି˚ କରାଯାଉଥିବା ପୋଖରୀ ଏବେ ଚିଙ୍ଗୁଡିଆ ଦଳରେ ଭର୍ତ୍ତି ହୋଇଯାଇଛି। ଏହାସହ ଜାତୀୟ ରାଜପଥ ପଟୁ ବଢିବାରେ ଲାଗିଛି ବସ୍ତି। ୨୦୦୬ ମସିହାରେ ଏହି ପାର୍କକୁ ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଓ ଉପସ୍ଥିତ ଥିଲେ ତତ୍କାଳୀନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଓ ତତ୍କାଳୀନ ଜିଲ୍ଲାପାଳ ।

publive-image

ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ୨ ଏକର ପରିମିତ ପୋଖରୀକୁ ପୁନଃରୁଦ୍ଧାର କରାଯାଇ ଏହି ବୋଟିଂ ପାର୍କ କରାଯାଇଥିଲା। ଚାରିପଟେ ପାଚେରୀ, ଫୁଟପାଥ୍ ଓ ସୁନ୍ଦର ଆଲୋକୀକରଣ କରଣ କରାଯାଇଥିଲା। ଏହାସହ ୨ରୁ ଅଧିକ ବୋଟ, ଏକ ଟିକେଟ କାଉଣ୍ଟର ଓ ସିକ୍ୟୁରିଟି ଗାର୍ଡର ରୁମ ରହିଥିଲା। ଏହାକୁ ଆଇଟିଡିଏ ନିର୍ମାଣ କରି ଜୟପୁର ପୌରପାଳିକାକୁ ହସ୍ତାନ୍ତର କରିଥିଲା। ଏହି ପାର୍କରେ ଫାଷ୍ଟଫୁଡ,ଚାଟ୍ ଓ ଚା’ କଫି ମିଳିବାର ବି ବ୍ୟବସ୍ଥା ରହିଥିଲା। ସେଭଳି ପାଦରେ ଠେଲା ବୋଟ ବି ରହିଥିଲା। ପ୍ରତିଦିନ ଲୋକେ ୫ ଟଙ୍କା ଦେଇ ଅଧଘଣ୍ଟା ମନଭରି ବୋଟି˚ର ମଜା ନେଉଥିଲେ। ହେଲେ ଏହା ମାତ୍ର ୬ମାସ ଚାଲିବା ପରେ ବନ୍ଦ ହୋଇଗଲା। ପରେ ଏହି ପାର୍କରେ ଲାଗିଥିବା ଲକ୍ଷ ଲକ୍ଷଟଙ୍କାର ବିଦ୍ୟୁତ ସରଞ୍ଜାମ ଓ ବୋଟ ଏବେ ଗାୟବ। ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe