ଗୋରୁମହିଷାଣୀରେ ନୃତ୍ୟ ପ୍ରତିଯୋଗିତା

ଗୋରୁମହିଷାଣୀରେ ନୃତ୍ୟ ପ୍ରତିଯୋଗିତା

Sambad

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀର ନ୍ୟୁ ଷ୍ଟାର କ୍ଲବ ତରଫରୁ ପ୍ରତ୍ୟେକବର୍ଷ ପରି ଚଳିତବର୍ଷ ମଧ୍ୟ ଷ୍ଟାର ନାଇଟ ଡ୍ୟାନ୍ସ ପ୍ରତିଯୋଗିତା ସିଜନ୍-୧୫ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ୍, ଲୌହଖଣିର ମ୍ୟାନେଜର ବିକାଶ ରଞ୍ଜନ ନାୟକ, କୁଲେଇଶିଳା ସରପଞ୍ଚ ମିଲିରାଣୀ ସିଂହ, ସାମ୍ବାଦିକ ଦୟାନିଧି ମହାକୁଡ, ସାମ୍ବାଦିକ ତୁଷାର କାନ୍ତ ମହାନ୍ତ, ଉମେଶ ସାହୁ, ରାଜୁ ସାହୁ, ତାପସ କର, ଜୟପାଲ୍ ମୁଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେହିପରି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଲୌହଖଣିର ମ୍ୟାନେଜର ବିକାଶ ରଞ୍ଜନ ନାୟକ ଯୋଗଦେଇ ପୁରସ୍କାର ସହିତ ଟ୍ରଫି ପ୍ରଦାନ କରିଥିଲେ। ସମାଜସେବୀ ଅଶୋକ କୁମାର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରତିଯୋଗିତାରେ ଆଙ୍କର ଭାବେ ଟିଭି ଆଙ୍କର ମିସ ଖୁସି କୁମାର ଓ ଦୀପକ କୁମାର ମହାନ୍ତ ଯୋଗ ଦେଇଥିଲେ।

ପ୍ରତିଯୋଗିତାରେ ଗ୍ରୁପ ଡ୍ୟାନ୍ସରେ ପ୍ରଥମ ପୁରସ୍କାର ୱାନ୍ ଏମ୍ କ୍ରାଓ (ଭୂବନେଶ୍ୱର), ଦ୍ୱିତୀୟ ଦିସ୍ ଇଜ୍ ଦି ଗ୍ରୁପ (ରାଉଲକେଲା), ତୃତୀୟ ଡିମ୍ ଷ୍ଟାଇଲ୍ ଗ୍ରୁପ (ଟାଟା ନଗର) ଓ ଚତୁର୍ଥ ଡିଡିଏଏ ଗାର୍ଲସ (ବୋକାରୋ)କୁ ପୁରସ୍କୃତ କରାଯାଇଥିଲା ସେହିପରି ସିନିୟର୍ ଗ୍ରୁପର ସିଙ୍ଗଲ୍ ଓ ଡୁଏଟରେ ପ୍ରଥମ ଆରଓଆର୍ ବ୍ରର୍ଦସ (ଜାମସେଦପୁର), ଦ୍ୱିତୀୟ ବିଶାଲ୍ ଏବଂ ଗୌରବ (ହରିୟାଣା), ତୃତୀୟ ଆକାଶ କୁମାର (ଉଦଳା), ଚତୁର୍ଥ ରାମ କେତନ (ବରଗଢ)ଙ୍କୁ ଆର୍ଥିକ ରାଶି, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଜୁନିୟର୍ ଗ୍ରୁପ୍ ସିଙ୍ଗଲ୍ ଏବଂ ଡୁଏଟରେ ପ୍ରଥମ ପୁରସ୍କାର ପ୍ରତିକ୍ଷା ମାଝୀ (ବାଲେଶ୍ୱର), ଦ୍ୱିତୀୟ ରସାନ ସାହୁ (ରାଉରକେଲା), ତୃତୀୟ ବାରିପଦାର ରଶ୍ମିରଞ୍ଜନ ଓ ଦିବ୍ୟାଙ୍ଗାଙ୍କୁ ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଝାଡଖଣ୍ଡ, ହାଇଦ୍ରାବାଦ, ହରିୟାଣା, କୋଲକାତା, ଖଡଗପୁର, ଜାମସେଦପୁର, କେନ୍ଦୁଝର, କଟକ, ଭୂବନେଶ୍ୱର, ଝାରସୁଗୁଡା, ରାଉଲକେଲା, ବରଗଡ ବ୍ୟତିତ ଅନ୍ୟାନ୍ୟ ବହୁ ଦୂରଦୂରାନ୍ତରରୁ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ। ଏଥିରେ ନ୍ୟୁ ଷ୍ଟାର୍ କ୍ଲବ୍‌ ସଭାପତି ପ୍ରେମଚାନ୍ଦ ହିନ୍ଦୟାର, ଉପସଭାପତି ପ୍ରଦୀପ ହାଲଦାର, ସଂପାଦକ ବିମଳ ମହାନ୍ତ ସମେତ ସ୍ମୃତି ଲେଡିଜ କର୍ଣ୍ଣର, ୟୁବି ଫ୍ଲାଇ ଆସ୍ ବ୍ରିକ୍ସ, ସୁଇଟି ଗ୍ୟାସ୍ ଏଜେନ୍ସି ଏବଂ କମିଟିର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ। ଜାତୀୟ ଏବଂ ରାଜ୍ୟସ୍ତରର ଟିଭି ଚ୍ୟାନେଲ୍ ଡ୍ୟାନ୍ସ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ମୁମ୍ବାଇର ରଶ୍ମିତ୍ କର, ଅବଦୁଲ୍ ସାହାବାଜ୍ ଓ ସୁଜିତ୍ ସର୍ ପ୍ରମୁଖ ଜଜ୍ ଭାବେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe