ଜଗତ୍‌ସିଂହପୁରରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର

Advertisment
ଜଗତ୍‌ସିଂହପୁରରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର

ଜଗତସିଂହପୁର ଟାଉନ୍‌: ଔଷଧ ନିରୀକ୍ଷକ କାର୍ଯ୍ୟାଳୟର ଜଣେ ଡାଟା ଏଣ୍ଟ୍ରି ଅପରେଟର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜିଲ୍ଲା ଔଷଧ ନିରୀକ୍ଷକ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ତପନ କୁମାର ସେଠୀ ବାଦଳହଙ୍ଗା ଗାଁର ଶୁଭେନ୍ଦୁ ସ୍ୱାଇଁଙ୍କ ଠାରୁ ଔଷଧ ଦେକାନ ଲାଇସେନ୍ସ କରାଇ ଦେବା ନାଁରେ ୧୦ ହଜାର ଟଙ୍କା ଦାବି କରିଥିଲେ। ତପନଙ୍କ କଥାରେ ରାଜି ହୋଇ ଶୁଭେନ୍ଦୁ ଦାବି ମୁତାବକ ଟଙ୍କା ଗୁରୁବାର ଅପରାହ୍ନରେ ଦେବାକୁ ପାଇଁ କହିଥିଲେ। କିନ୍ତୁ ଶୁଭେନ୍ଦୁ ଏହାରି ମଧ୍ୟରେ ତପନଙ୍କୁ ପାନେ ଦେବାକୁ ମନସ୍ଥ କରିଥିଲେ। ଏନେଇ ଶୁଭେନ୍ଦୁ କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ଗତକାଲି ଅଭିଯୋଗ କରିଥିଲେ।

ଆଜି ଅପରାହ୍ନ ପ୍ରାୟ ୨ଟାରେ ଶୁଭେନ୍ଦୁଙ୍କ ଠାରୁ ଡାଟା ଏଣ୍ଟ୍ରି ଅପରେଟର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଯୋଜନା ମୁତାବକ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଭିଜିଲାନ୍ସ ବିଭାଗର ଅଧିକାରୀମାନେ ରଙ୍ଗବୋଳାଯାଇଥିବା ୧୦ ହଜାର ଟଙ୍କା ଜବତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe