ଡ୍ୟୁଟି କରି କରୋନା ଆକ୍ରାନ୍ତ ହେଲେ, ତାପରେ ଛଟେଇ ହେଲେ

Advertisment

ସମ୍ବଲପୁର କୋଭିଡ ଡାକ୍ତରଖାନାର ୪ ଡାଟା ଏଣ୍ଟ୍ରି ଅପରେଟରବି ବିଦା

ସମ୍ବଲପୁର କୋଭିଡ ଡାକ୍ତରଖାନାର ୪ ଡାଟା ଏଣ୍ଟ୍ରି ଅପରେଟରବି ବିଦା

ଡ୍ୟୁଟି କରି କରୋନା ଆକ୍ରାନ୍ତ ହେଲେ, ତାପରେ ଛଟେଇ ହେଲେ

ଟିଏମସି କାର୍ଯ୍ୟରତ ବେଳେ ଡାଟା ଏଣ୍ଟ୍ରି ଅପରେଟର

ସମ୍ବଲପୁର: କୋଭିଡ ଡାକ୍ତରଖାନାରେ କାର୍ଯ୍ୟରତ ଅବସ୍ଥାରେ କରୋନା ପଜିଟିଭ ହେଲି। ଏଥିଯୋଗୁଁ ବାପା, ମା’ ବି ପଜିଟିଭ ହେଲେ। କରୋନା ଆକ୍ରାନ୍ତ ଅନ୍ୟାନ୍ୟ କର୍ମଚାରୀ ଯେତେବେଳେ ଛୁଟିରେ ଥିଲେ, ମୁଁ ଘରେ ରହି ନିୟମିତ କାର୍ଯ୍ୟ ବି କରିଛି କିନ୍ତୁ ବିନା ନୋଟିସରେ ଚାକିରି ଛଟେଇ କରି ଦିଆଗଲାଯ। ଏହା କହନ୍ତି କୋଭିଡ ଡାକ୍ତରଖାନାର ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯ୍ୟରତ ଠିକା କର୍ମଚାରୀ ରାଜୀବ ମେହେର(୩୦)। ରାଜୀବ ଏବଂ ତାଙ୍କ ସହକର୍ମୀ ସମୀର ବହିଦାରଙ୍କୁ ୨୫ ତାରିଖରେ ବିନା ନୋଟିସରେ ଛଟେଇ କରାଯାଇଥିଲା।

କେବଳ ଆନ୍ଦୋଳନରତ ଏଏନଏମ କର୍ମଚାରୀ ନୁହଁନ୍ତି। କୋଭିଡ ଡାକ୍ତରଖାନାରେ ନିଯୁକ୍ତ ଅନେକ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଗତମାସ ଠାରୁ ଛଟେଇ କରାଯାଉଛି। ଏଥିମଧ୍ୟରୁ ଅନେକ କୋଭିଡ ପୀଡ଼ିତ ହୋଇ ନିଜକୁ ଏବଂ ପରିବାରକୁ ବିପନ୍ନବି କରିଛନ୍ତି। ରାଜୀବ କହନ୍ତି, ମେ ମାସରେ କୋଭିଡ ଡାକ୍ତରଖାନା ଖୋଲିବା ପର ଠାରୁ ଠିକା ସଂସ୍ଥା ଜରିଆରେ ସେ ଏବଂ ସମୀର ଏବଂ ୩ ମାସ ପରେ ଆଉ ୨ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ସମୟରେ ସେମାନେ ସମ୍ବଲପୁର ଜିଲ୍ଲାର ସମସ୍ତ ସଂକ୍ରମିତ ଅଞ୍ଚଳ ସହରର ଷ୍ଟେସନ ପଡ଼ା, ଚାରଭାଟି, ବଙ୍ଗାଲିପଡ଼ା ଠାରୁ ଆରମ୍ଭ କରି କୁଚିଣ୍ଡା, ରେଢାଖୋଲ, ଜମନକିରା, ନାକ୍ଟିଦେଉଲ, ବାମରା ସହିତ ସେଠାରେ ସ୍ଥିତ ଟିଏମସିଗୁଡ଼ିକ ଯାଇ ସେଠାରେ ଆକ୍ରାନ୍ତଙ୍କ ଠାରୁ ବିସ୍ତୃତ ବିବରଣୀ ନେଉଥିଲେ। ଏହାପରେ ସେମାନଙ୍କ ଆରଟିପିସିଆର ଟେଷ୍ଟ ହେଉଥିଲା।

ସେମାନଙ୍କୁ କୌଣସି ପ୍ରତିଷେଧକ ଦିଆଯାଉନଥିଲା। ଏହାର ଫଳସ୍ୱରୂପ ରାଜୀବଙ୍କୁ କରୋନା ପଜିଟିଭ ହେଲା। ତାହା ମଧ୍ୟ ଠିକ ନୂଆଁଖାଇର ୨ ଦିନ ପୂର୍ବରୁ। ଏଥିଯୋଗୁଁ ଚଳିତ ବର୍ଷ ପରିବାର ନବାନ୍ନ ମଧ୍ୟ ଗ୍ରହଣ କରିନଥିଲେ। ପଜିଟିଭ ଥାଇ ମଧ୍ୟ ଘରେ ଡାଟା ଏଣ୍ଟ୍ରି ସମ୍ପର୍କିତ ସବୁ କାର୍ଯ୍ୟ କରିଛନ୍ତି। ଏତିକି ନୁହେଁ ରାଜୀବଙ୍କ ଠାରୁ ତାଙ୍କ ୬୮ ବର୍ଷିୟ ବାପା ଏବଂ ୫୮ ବର୍ଷୀୟା ମାଙ୍କୁ ମଧ୍ୟ କରୋନା ପଜିଟିଭ ହେଲେ। ଏଥିଯୋଗୁଁ ଉଭୟଙ୍କ ଜୀବନ ବି ବିପନ୍ନ ହୋଇଛି।

ରାଜୀବ କହନ୍ତି, ପ୍ରଥମରୁ ତାଙ୍କ କାର୍ଯ୍ୟ ଅବଧି ୩ ମାସ ରହିବ ବୋଲି କୁହାଯାଇଥିଲା। ଆବଶ୍ୟକତା ଦୃଷ୍ଟିରୁ କାର୍ଯ୍ୟ ଅବଧି ଆଉ ୩ ମାସ ସମ୍ପ୍ରସାରିତ କରାଗଲା। ସେହି ଦୃଷ୍ଟିରୁ ତାଙ୍କ କାର୍ଯ୍ୟକାଳ ଡିସେମ୍ବରରେ ସମାପ୍ତ ହେବା କଥା ମାତ୍ର ଅକ୍ଟୋବର ୨୫ ତାରିଖରେ ସମୀର ଡ୍ୟୁଟି କଲାବେଳେ ଏବଂ ସେ କାର୍ଯ୍ୟକ୍ଷେତ୍ରକୁ ଯିବା ପାଇଁ ବାହାରିବା ବେଳେ ତାଙ୍କୁ ଆଉ ଡ୍ୟୁଟି ଆସିବ ନାହିଁ ବୋଲି କୁହାଗଲା। ଦୋକାନ କର୍ମଚାରୀଙ୍କୁ ବି ଛଟେଇ ବେଳେ ମାସେ ପୂର୍ବରୁ ନୋଟିସ ଦିଆଯାଏ। ମାତ୍ର ସରକାରୀ ସଂସ୍ଥା ଛଟେଇ କରୁଛନ୍ତି। କିନ୍ତୁ ୧୫ ଦିନ ପୂର୍ବରୁ ବି ସୂଚନା ଦିଆଯାଉ ନାହିଁ। ସମୀର ଏବଂ ରାଜୀବଙ୍କୁ ଛଟେଇ ପୂର୍ବରୁ ତାଙ୍କ ଅନ୍ୟ ୨ ସାଥୀଙ୍କୁ ମଧ୍ୟ ଛଟେଇ କରାଯାଇ ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe