ମରୁଡ଼ି ଘୋଷଣା ଦାବି କଲେ ଘଣ୍ଟିଗୁଡ଼ା ଗ୍ରାମବାସୀ

Advertisment
ମରୁଡ଼ି ଘୋଷଣା ଦାବି କଲେ ଘଣ୍ଟିଗୁଡ଼ା ଗ୍ରାମବାସୀ

କୋକସରା: ଚଳିତ ବର୍ଷ ସ୍ବଳ୍ପ ବର୍ଷା ଯୋଗୁଁ କୋକସରା ବ୍ଲକ ଅଞ୍ଚଳରେ ମରୁଡ଼ି ସ୍ଥିତି ଦେଖାଦେଇଛି। ଫଳରେ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତର ଚାଷୀମାନେ ଘଣ୍ଟିଗୁଡ଼ା ରାଜସ୍ବ ଗ୍ରାମକୁ ମରୁଡ଼ି ଅଞ୍ଚଳ ଘୋଷଣା କରିବାକୁ ଦାବି କରିଛନ୍ତି। ଏନେଇ ତହସିଲଦାର ଦେବବ୍ରତ କରାଟିଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ମହିମା ପଞ୍ଚାୟତରେ ୩ଟି ରାଜସ୍ୱ ଗ୍ରାମ ରହିଥିବା ବେଳେ ଘଣ୍ଟିଗୁଡ଼ା ରାଜସ୍ୱ ଗ୍ରାମ ଅଧୀନରେ ଥିବା ୧୨୦୦ ଏକର ଚାଷଜମିକୁ ଜଳସେଚନର କୌଣସି ବ୍ୟବସ୍ଥା ନାହିଁ। ଫଳରେ ବର୍ତ୍ତମାନ ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ହୋଇଛି। ଏଣୁ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ସହ ଅଞ୍ଚଳକୁ ମରୁଡ଼ି ଘୋଷଣା କରିବାକୁ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ମହିମା ସରପଞ୍ଚ ଇଶରାମ କୋଲଥିଆ, ମଧୁବନ ପାତ୍ର, ୱାର୍ଡସଭ୍ୟ ହରିହର ବାଗ, ବଳଭଦ୍ର ଧଙ୍ଗଡ଼ାମାଝୀ, ଗିରିଧାରୀ ପୁଝାରୀ, ହିମାଞ୍ଚଳ ପାତ୍ର, ଗଜାନନ ଠାକୁର, ପୂର୍ଣ୍ଣଚନ୍ଦ୍ର ମୁଲକିଆ, ଭୁବନାନନ୍ଦ ନାଏକ, ଦଇତାରୀ ଚଳାନ, ନରସିଂହ ପାତ୍ର, ଈଶ୍ୱର ନାଗ, ବଳରାମ ମାଝୀ, ଚକ୍ର ମୁଲକିଆ ପ୍ରମୁଖ ଉପସ୍ଥିତ ଥିଲେ। ଦାବି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ତହସିଲ ଅଫିସ୍‌ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe