ସ୍ପେନ୍‌ରୁ ଫେରିଲେ ନବ ଦାସଙ୍କ ଝିଅ ଦୀପାଳି

Advertisment
ସ୍ପେନ୍‌ରୁ ଫେରିଲେ ନବ ଦାସଙ୍କ ଝିଅ ଦୀପାଳି

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହଠାତ୍‌ ଗୁଳିକରି ହତ୍ୟା କରାଯିବା ଘଟଣା ସମୟରେ ତାଙ୍କ ଝିଅ ଦୀପାଳି ଘରେ ଉପସ୍ଥିତ ନଥିଲେ। ସେ ସ୍ପେନ୍ ଯାଇଥିଲେ। ସ୍ପେନ୍‌ର କୌଣସି ଏକ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମରେ ଦୀପାଳି ନାଁ ଲେଖାଇଥିବା ଜଣାପଡ଼ିଛି। ସେଇଥିପାଇଁ ସେ ସେଠାକୁ ଯାଇଥିବା ବେଳେ ଖବର ପାଇ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ସୋମବାର ଦିନ ଝାରସୁଗୁଡ଼ାସ୍ଥିତ ଘରେ ପହଞ୍ଚିଥିଲେ। ସେଠାରୁ ସିଧା ଯାଇ ଅନ୍ତିମ ଶୋଭାଯାତ୍ରା‌ରେ ସାମିଲ ହୋଇଥିଲେ।

ଏଠାରେ ଉଲ୍ଲେଖ‌ଯୋଗ୍ୟ ଯେ ଝିଅ ଦୀପାଳିଙ୍କୁ ରାଜନୀତିକୁ ଆଣିବାକୁ ପୂରା ପ୍ରୟାସ କରୁଥିଲେ ନବ। ବ୍ରଜରାଜନଗର ଉପନିର୍ବାଚନରେ ଦୀପାଳିଙ୍କୁ ଟିକେଟ ଦେବାନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ପରେ ଅଳକା ମହାନ୍ତିଙ୍କୁ ଟିକେଟ ଦେବାପାଇଁ ନିଷ୍ପତ୍ତି ଦଳ ନିଷ୍ପତ୍ତି ନେଇଥିଲା। ଅଳକା ମଧ୍ୟ ନିର୍ବାଚନ‌‌ରେ ବିଜୟ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe