ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ

ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ

Sambad

ଗୋଷାଣି: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ପରିସରରେ ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏସିଏଫ୍ ଅଶୋକ କୁମାର ହେବେରା, ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର, ଗାରବନ୍ଧ ବନ ପାଳ ଦୁର୍ଯ୍ୟୋଧନ ଜେନ୍ନା, କିଞ୍ଚିଲିଙ୍ଗି ବନାଞ୍ଚଳର ବନରକ୍ଷୀ ଶିବରାମ ସାବତ, ନାରାୟଣପୁର ବନପାଳ ଏମ୍.କାମେଶୁ, ଗୁରାଣ୍ଡି ଥାନା ଏସ୍ଆଇ ବଳରାମ ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ୱାଇ.ଧନଞ୍ଜୟ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଏବଂ ମଞ୍ଚାସୀନ ଅତିଥି ମାନେ ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ, ପୋଡୁଚାଷ ବାରଣ ଆଦି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେl ଜଙ୍ଗଲ ଆମର ବନ୍ଧୁ, ବୃକ୍ଷ ଆମର ଜୀବନ, ସେମାନଙ୍କ ପାଇଁ ପ୍ରାଣୀଜଗତ ବଞ୍ଚିରହିଛି, ବୃକ୍ଷ ବିନା ବଂଚିବା ଅସମ୍ଭବ ବିଷୟବସ୍ତୁକୁ ଆଧାର କରି ବକ୍ତାମାନେ ସମୁଚିତ ବକୃତା ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କ ମନ ମଧ୍ୟରେ ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷାର ଆଗ୍ରହ ସୃଷ୍ଟି କରି ପାରିଥିଲେ।

ଏହା ସହିତ ନିରୀହ ଜନ୍ତୁମାନଙ୍କୁ ଶିକାର ନକରିବା ପାଇଁ ଅତିଥିମାନେ ନିଜନିଜର ଭାଷଣ ମାଧ୍ୟମରେ ବ୍ୟକ୍ତ କରି ପଶୁଶିକାର ଏକ ଦଣ୍ଡନୀୟ ଅପରାଧ ବୋଲି ସଚେତନତା କରାଇଥିଲେ। ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଚେତନତା ରାଲି ବାହାରି ଗୁରାଣ୍ଡି ଗ୍ରାମ ପରିକ୍ରମା କରି ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମେତ ବନବିଭାଗର କର୍ମଚାରୀ ବୃନ୍ଦ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe