ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ନିରୋଧ ଦିବସ ପାଳିତ

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ନିରୋଧ ଦିବସ ପାଳିତ

Sambad

ଖୋର୍ଦ୍ଧା: ଆଜି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ ନିଶା କାରବାର ନିରୋଧ ଦିବସ ପାଳିତ ହୋଇ ଯାଇଛି। ଆଜି ସକାଳେ ସ୍ଥାନୀୟ ଖୋର୍ଦ୍ଧା ଉପଜିଲ୍ଳାପାଳ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାଶାସନିକ ଅଧିକାରୀ, ଅବକାରୀ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ସବୁଜ ପତାକା ଦେଖାଇ ସଚେତନତା ଶୋଭାଯାତ୍ରାକୁ ଆରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ବାହାରି ମୁଖ୍ୟ ସଡ଼କ-ନୂଆ ବସଷ୍ଟାଣ୍ତ ଛକ ଦେଇ ଅବକାରୀ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ସେଠାରେ ଜିଲ୍ଲାର ବିଭିନ୍ନ ଅବକାରୀ ଥାନା ଓ ଭ୍ରାମ୍ୟମାଣ ଅବକାରୀ ଟିମର ଅଧିକାରୀ ଓ କର୍ମଚାରୀମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ନିଶା ନିବାରଣ ଓ ବେଆଇନ ନିଶାକାରବାର ବନ୍ଦ କରିବା ନେଇ ସଚେତନତା କରିଥିଲେ।

publive-image Sambad

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଅଧୀକ୍ଷକ ଝସକେତନ ବରିହା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଲବ ସାମନ୍ତରାୟ, ନରେଶ କୁମାର ସ୍ୱାଇଁ, ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସ୍ଥାନୀୟ ସେବାକେନ୍ଦ୍ରର ସଦସ୍ୟ, କୁରୁମପଡ଼ା ଭୈରବୀ କ୍ଲବ ବିଶ୍ୱଜୀବନ ସେବା ସଂଘ ଆଦି ନିଶାଗ୍ରସ୍ତଙ୍କ ଥଇଥାନ ଓ ଚିକିତ୍ସା କେନ୍ଦ୍ରର କର୍ମଚାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe