ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ବିଶ୍ବ ଅଣ୍ଡା ଦିବସ ପାଳିତ

ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ବିଶ୍ବ ଅଣ୍ଡା ଦିବସ ପାଳିତ

Sambad

ଖୋର୍ଦ୍ଧା: ବିଶ୍ବ ଅଣ୍ଡା ଦିବସ ଉପଲକ୍ଷେ ଶୁକ୍ରବାର ଜିଲ୍ଲା ପଶୁପାଳନ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ଅଣ୍ଡାର ପୁଷ୍ଟୀକରଣ ଗୁଣ ସମ୍ପର୍କରେ ସଚେତନ ସୃଷ୍ଟି କରାଯିବା ସହ କୁକୁଡ଼ା ଚାଷୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଆଜି ଶୁକ୍ରବାର ଖୋର୍ଦ୍ଧା ଉଦ୍ୟାନ କୃଷି ପ୍ରଶିକ୍ଷଣ ବିଦ୍ୟାଳୟର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଏକ ସୁସ୍ଥା ଭବିଷ୍ୟତ ପାଇଁ ଅଣ୍ଡା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲ‌ା। ଏଥିରେ ଅତିଥି ଓବକ୍ତା ଭାବେ ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସାଧିକାରୀ ଡଃ. ଦେବିଦତ୍ତ ମାଝି, ଡଃ. ସୁଶ୍ରୀ ମୋନାଲିସା ଖଟୁଆ, ଡଃ. ସଞ୍ଜିବନୀ ପଟେଲ୍‌, ଡଃ. ମାନସ କୁମାର ଚାନ୍ଦ ଯୋଗ ଦେଇଥିଲେ। କୁକୁଡ଼ା ପାଳନର ବିଭିନ୍ନ ଦିଗ, ସରକାରୀ ସହାୟତା ଓ ଅଣ୍ଡାର ପୁଷ୍ଟିକର ଗୁଣକୁ ନେଇ ଅତିଥି ଓ ବକ୍ତାମାନେ ନିଜ ଅଭିଭାଷଣରେ ଆଲୋଚନା କରିଥିଲେ।

publive-image Sambad

ଭୁବନେଶ୍ବର ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ ଖୋର୍ଦ୍ଧା ଜିଲ୍ଲାର ୭୦ଜଣ କୁକୁଡ଼ା ଚାଷୀ ଓ କୁକୁଡ଼ା ପାଳନ କରୁଥିବା ସ୍ବୟଂ ସହାୟିକା ଗୋଷ୍ଠୀର କର୍ମକର୍ତା ଯୋଡ଼ି ହୋଇଥିଲେ। ସଭା କାର୍ଯ୍ୟକ୍ରମକୁ ଏଭିଏଏସ୍‌ ଡଃ. ପ୍ରଜ୍ଞା ହରିଚନ୍ଦନ ପରିଚାଳନା କରିଥିଲେ। ଡଃ. ‌ଯଶୋବନ୍ତ ପତି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଜିଲ୍ଲା ପଶୁ ଚିକିତ୍ସା ବିଭାଗ ପକ୍ଷରୁ ଆମଘର ମୁକ୍ତ ଶିକ୍ଷା ବ୍ୟବସ୍ଥା ଅନାଥାଶ୍ରମର ୧୦୦ ଅନ୍ତେବାସୀକୁ ନେଇ ଅଣ୍ଡା ଖାଇବା ସମ୍ପର୍କରେ ସଚେତନ କରାଯିବା ସହ ଅଣ୍ଡା ବଣ୍ଟନ କରାଯାଇଥିଲା। ଏହାପରେ ତାପଙ୍ଗ କବିରାଜ ଚିନ୍ତାମଣି ଉଚ୍ଚବିଦ୍ୟାଳୟ ଓ ତରତୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁରୂପ ଭାବେ ସଚେତନତା ସଭା ଓ ଅଣ୍ଡା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe